ସ୍ୱାସ୍ଥ୍ୟ ସମ୍ବାଦ : କରୋନା ଓ ଉଚ୍ଚ ରକ୍ତଚାପ

ଡାକ୍ତର ଦୀପକ ର˚ଜନ ଦାସ

କରୋନା ରୋଗ ଆରମ୍ଭଠାରୁ ଆଜି ପର୍ଯ୍ୟନ୍ତ ଅନେକ ତଥ୍ୟ ଲୋକଲୋଚନକୁ ଆସିସାରିଲାଣି। ଆହୁରି ଅନେକ ତଥ୍ୟ ଏରୋଗ ସମ୍ବନ୍ଧରେ ଏପର୍ଯ୍ୟନ୍ତ ସୁଦ୍ଧା ଅନାବୃତ ହୋଇପାରିନାହିଁ। ତେବେ ଗୋଟିଏ ମୁଖ୍ୟ ଧାରଣା ସମ୍ବନ୍ଧରେ ସମସ୍ତେ ଅବଗତ ହେବା ଉଚିତ୍‌। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଶତକଡ଼ା ୮୦ ଭାଗ ରୋଗୀ ସାମାନ୍ୟ ଲକ୍ଷଣ ବା ଲକ୍ଷଣ ବିହୀନ ଭାବେ ରୋଗମୁକ୍ତ ହେଉଛନ୍ତି। ଶତକଡ଼ା ୧୫ ଭାଗ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେବାର ଆବଶ୍ୟକତା ରହିବ ଏବ˚ ଶତକଡ଼ା ୫ ଭାଗ ରୋଗୀ ଗୁରୁତର ହେବେ। ଏହି ଗୁରୁତର ଅବସ୍ଥାରେ ପୀଡ଼ିତ ରୋଗୀମାନଙ୍କ ମଧ୍ୟରେ କେତୋଟି ରୋଗ ଅଧିକ ସ˚ଖ୍ୟାରେ ପରିଲକ୍ଷିତ ହୁଏ। ସେଗୁଡ଼ିକ ହେଲା, ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଶ୍ବାସରୋଗ, କିଡ୍‌ନି ରୋଗ ଓ କ୍ୟାନସର। ସେଥିରୁ ଉଚ୍ଚ ରକ୍ତଚାପ ନିଶ୍ଚିତ ଭାବେ ପ୍ରତ୍ୟେକ ମଧ୍ୟବୟସ୍କ ବା ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଚିନ୍ତାର ବିଷୟ। ପରିସ˚ଖ୍ୟନରୁ ଜଣାପଡ଼ିଛି ଯେ, ଆମ ଦେଶରେ ୪୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଭିତରେ ପ୍ରତି ୪ ଜଣରେ ଜଣେ ବ୍ୟକ୍ତି ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ। ତେଣୁ ଏହି ବିଶାଳ ଜନସ˚ଖ୍ୟା ପାଇଁ କରୋନାରେ ପୀଡ଼ିତ ହୋଇ ଗୁରୁତର ହେବା ନିଶ୍ଚିତ ଭାବେ ଚିନ୍ତାଜନକ।

ଅଧିକା˚ଶ କ୍ଷେତ୍ରରେ ଏହାମଧ୍ୟ ପରିଲକ୍ଷିତ ହୋଇଥାଏ ଯେ, ଜଣେ ବ୍ୟକ୍ତି ଔଷଧ ଖାଇ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥିଲେ ସୁଦ୍ଧା କରୋନାରେ ପୀଡ଼ିତ ହେବା ପରେ ତାହା ବଢି ଯାଇଥାଏ। ତାହାର ଦୁଇଟି କାରଣ ରହିଛି। ପ୍ରଥମଟି ହେଉଛି ମାନସିକ ଦୁଶ୍ଚିନ୍ତା। ଏକୁଟିଆ ରହିବା ତଥା ନିସଙ୍ଗ ପରିସ୍ଥିତିରେ ଚିକିତ୍ସିତ ହେବା ଯୋଗୁଁ ବିଷାଦଗ୍ରସ୍ତ ହେବା ସେମାନଙ୍କ ରକ୍ତଚାପକୁ ବଢାଇଥାଏ। ଅନ୍ୟ କାରଣଟି ହେଉଛି କରୋନାରେ ପୀଡ଼ିତ ହୋଇ ଯେଉଁମାନେ ଡାକ୍ତରଖାନାରେ ଚିକିତ୍ସିତ ହୁଅନ୍ତି, କରୋନା ପାଇଁ ବ୍ୟବହୃତ ହେଉଥିବା ଅନ୍ୟ ଔଷଧମାନଙ୍କର ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ ମଧ୍ୟ ସେମାନଙ୍କର ଏଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ‘ଷ୍ଟେରଏଡ୍‌’ ପ୍ରକାରର ଔଷଧମାନଙ୍କ ଯୋଗୁଁ ରୋଗୀଙ୍କର ରକ୍ତଚାପ ବୃଦ୍ଧି ପାଇବା ଆଶଙ୍କା ଥାଏ। ଆଉ କେତେକ କ୍ଷେତ୍ରରେ ମଧ୍ୟ ଦେଖାଯାଇଥାଏ ଯେ, ଲୋକମାନେ ପ୍ରଚଳିତ ଭ୍ରାନ୍ତଧାରଣା ଯୋଗୁଁ କରୋନାରେ ଆକ୍ରାନ୍ତ ହେବାପରେ ଆଗରୁ ଖାଉଥିବା ଔଷଧଗୁଡ଼ିକ ବନ୍ଦ କରି କେବଳ କରୋନା ଔଷଧ ଖାଇବାକୁ ଆରମ୍ଭ କରନ୍ତି। ଯେକୌଣସି କାରଣରୁ ହେଉ ମଧ୍ୟ, ଯଦି ଜଣେ ବ୍ୟକ୍ତି କରୋନାରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥାନ୍ତି, ତାଙ୍କର ରକ୍ତଚାପ କ୍ରମାଗତ ଭାବେ ଉଚ୍ଚସ୍ତରରେ ରହିବା ପରିସ୍ଥିତି ଯୋଗୁଁ କିଡ୍‌ନି, ଫୁସ୍‌ଫୁସ୍‌ ଏବ˚ ହୃଦ୍‌ଯନ୍ତ୍ର ଉପରେ ଖରାପ ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଥାଏ। ତେଣୁ ଘରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନେ ମଧ୍ୟ ନିୟମିତ ନିଜର ରକ୍ତଚାପ ‘ଡିଜିଟାଲ’ ରକ୍ତଚାପ ମାପ ଯନ୍ତ୍ର ଦ୍ବାରା ମାପିଦେବା ଆବଶ୍ୟକ। ଏଥିସହ ସତର୍କତା ତଥା ଡାକ୍ତରୀ ପରାମର୍ଶ ନେବା ଉଚିତ୍‌।

କରୋନା ଭୂତାଣୁ ମଣିଷ ଶରୀରରେ ପ୍ରବେଶ କରିବା ପରେ ଆମ ଫୁସ୍‌ଫୁସ୍‌ରେ ଥିବା ‘ନିମୋସାଇଟ୍‌’ ନାମକ କୋଷିକା ଗୁଡ଼ିକରେ ଥିବା ‘ଏସିଲ’ ପ୍ରଜାତିର ସ˚ଯୋଜକ ସହିତ ଯୋଡ଼ି ହୋଇଯାନ୍ତି। ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ଦିଆଯାଉଥିବା ଔଷଧ ଗୁଡ଼ିକ ଏହି ନିର୍ଦ୍ଦିଷ୍ଟ ସ˚ଯୋଜକ ଉପରେ ପ୍ରଭାବ ସୃଷ୍ଟି କରି କାର୍ଯ୍ୟ କରିଥାନ୍ତି। ଅନେକ ବ୍ୟକ୍ତି ଏସବୁ ତଥ୍ୟ ଇଣ୍ଟରନେଟରୁ ଜାଣି, ଡାକ୍ତରଙ୍କୁ ପରାମର୍ଶ ନକରି ନିଜେନିଜେ ନିୟମିତ ଖାଉଥିବା ଏହି ପ୍ରକାରର ଔଷଧଗୁଡ଼ିକୁ ବନ୍ଦ କରିଦିଅନ୍ତି। ୟୁରୋପରେ ଏଭଳି କରିବା ଦ୍ବାରା ଅନେକ ଲୋକ ଗୁରୁତର ଅବସ୍ଥାକୁ ଗଲେ ଏବ˚ ସେମାନଙ୍କର ଭେଣ୍ଟିଲେଟର ଆବଶ୍ୟକତା ବଢିଗଲା। ତେଣୁ ପୃଥିବୀର ସବୁ ମୁଖ୍ୟ ହୃଦ୍‌ରୋଗ ଚିକିତ୍ସକ ସ˚ଘଗୁଡ଼ିକ ଏକ ମିଳିତ ବିବୃତ୍ତିରେ ଏଭଳି ନକରିବା ପାଇଁ ରୋଗୀମାନଙ୍କୁ ପରାମର୍ଶ ଦେବା ଉଚିତ୍‌ ମଣିଲେ। ଏହି ମିଳିତ ବିବୃତ୍ତି ଏପ୍ରିଲ ମାସରୁ ନିୟମିତ ଭାବେ ପ୍ରଚାରିତ ହୋଇଆସୁଛି। ପରବର୍ତ୍ତୀ ସମୟରେ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ମଧ୍ୟ ଏହାର ଆବଶ୍ୟକତା ଅନୁଭବ କରି ସେମାନଙ୍କ ଦ୍ବାରା ପ୍ରକାଶିତ ହେଉଥିବା ହେଲ୍‌ଥ ବୁଲେଟିନ୍‌ର ଏହାକୁ ବାରମ୍ବାର ଗୁରୁତ୍ବ ଦେଉଛନ୍ତି। ଉଚ୍ଚ ରକ୍ତଚାପ ସହିତ ଆଉ ଗୋଟିଏ ଅସୁବିଧା ଜଡ଼ିତ ହୋଇଥାଏ। ତାହା ହେଉଛି ନିଦ୍ରାହୀନତା। ଅନେକ କରୋନା ପୀଡ଼ିତଙ୍କ କ୍ଷେତ୍ରରେ ଲକ୍ଷ୍ୟ କରାଯାଏ ଯେ, ସେମାନେ ରାତିରେ ବାରମ୍ବାର ନିଦ ଭାଙ୍ଗିବା ଦ୍ବାରା ଜଣେ ସୁସ୍ଥ ବ୍ୟକ୍ତି ଯେତେ ସମୟ ଶୋଇବା କଥା, ତାଠାରୁ ଯଥେଷ୍ଟ କମ୍‌ ସମୟ ଶୋଇପାରନ୍ତି। ଲଗାତର ଭାବେ ତିନି ଦିନ ବା ତାଠାରୁ ଅଧକ ସମୟ ଏଭଳି ଲାଗିରହିଲେ ତାଙ୍କର ରକ୍ତଚାପ ବୃଦ୍ଧି ପାଇବା ସ୍ବଭାବିକ। ତେଣୁ ଏହି କ୍ଷେତ୍ରରେ ସେମାନେ ଡାକ୍ତରଙ୍କୁ ପରାମର୍ଶ କରି ଉପଯୁକ୍ତ ଔଷଧ ସେବନ କରିବା ଦ୍ବାରା ନିଦ୍ରାହୀନତାରୁ ମୁକ୍ତି ପାଇପାରିବେ ଏବ˚ ନିଜର ରକ୍ତଚାପକୁ ନିୟନ୍ତ୍ରଣ କରିବାକୁ ସମର୍ଥ ହୋଇପାରିବେ।

ଚୀନ, ୟୁରୋପ, ଆମେରିକା ତଥା ବ୍ରାଜିଲରୁ ପ୍ରକାଶିତ ପରିସ˚ଖ୍ୟନରୁ ସ୍ପଷ୍ଟଭାବେ ଜଣାପଡେ଼ ଯେ, କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଲୋକମାନଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପରେ ପୀଡ଼ିତଙ୍କ ସ˚ଖ୍ୟା ହାରାହାରି ୫୦ରୁ ୬୦ ଭାଗ। ତେଣୁ ପ୍ରତ୍ୟେକ କରୋନା ପୀଡ଼ିତ ତଥା ସେମାନଙ୍କ ପରିବାରର ସଦସ୍ୟ ଓ ସେମାନଙ୍କ ସ˚ସ୍ପର୍ଶରେ ଆସିଥିବା ଅନ୍ୟବ୍ୟକ୍ତିିମାନେ ଉଚ୍ଚ ରକ୍ତଚାପ ବିଷୟରେ ସଚେତନ ହେବା ଏବ˚ ସମ୍ୟକ ଧାରଣା ରଖିବା ନିହାତି ଜରୁରି। କିନ୍ତୁ ଥରେ କରୋନାରେ ପୀଡ଼ିତ ବୋଲି ଜଣାପଡ଼ିବା ପରେ ରକ୍ତଚାପ ପାଇଁ ଖାଉଥିବା ଔଷଧ ବିଷୟରେ ଡାକ୍ତରଙ୍କ ସହିତ ପରାମର୍ଶ ନକରି ଖାମଖିଆଲ ଭାବେ କୌଣସି ପରିବର୍ତ୍ତନ କରିବା ବିପଦ ହୋଇପାରେ। ଯେଉଁ କରୋନା ଆକ୍ରାନ୍ତ ବ୍ୟକ୍ତି ଘରେ ରହି ଚିକିତ୍ସିତ ହେଉଛନ୍ତି, ସେମାନେ ପ୍ରତିଦିନ ନିଜର ରକ୍ତଚାପ ମାପି ରଖିବା ଆବଶ୍ୟକ।
(ଅବଶିଷ୍ଟାଂଶ ପ୍ରକାଶ ପାଇବ ଆସନ୍ତା ରବିବାର)

ଆସୋସିଏଟ୍‌ ପ୍ରଫେସର, ହୃଦ୍‌ରୋଗ ବିଭାଗ
ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ

ସମ୍ବନ୍ଧିତ ଖବର