‘ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡ଼ସ୍‌’ରେ ସ୍ଥାନ ପାଇଲା ଶିଶୁପ୍ରତିଭା ସାତ୍ତ୍ବିକ 

ଦିଗପହଣ୍ଡି: ପ୍ରଖର ଧୀଶକ୍ତିର ଅଧିକାରୀ ପ୍ରତିଭାବାନ୍ ଶିଶୁ ତଥା ଦିଗପହଣ୍ଡି ବ୍ଲକ୍ ଫାସିଗୁଡ଼ା ନୂଆସାହିର ବିସ୍ମୟ ବାଳକ ସାତ୍ତ୍ବିକ ବିଷୋୟୀକୁ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍‌’ରେ ସ୍ଥାନ ମିଳିଛି। କାଳୁଚରଣ ବିଷୋୟୀ ଏବଂ  ସସ୍ମିତା ପ୍ରଧାନଙ୍କ ମାତ୍ର ୩ ବର୍ଷର ପୁଅ ଭାରତର ପଡ଼ୋଶୀ ଦେଶମାନଙ୍କ ନାମ, ଭାରତର ବିଭିନ୍ନ ରାଜ୍ୟ ଓ ରାଜଧାନୀ, ୧୭ ଗୋଟି ଜାତୀୟ ପ୍ରତୀକ, ଓଡ଼ିଶାର ୩୦ଗୋଟି ଜିଲ୍ଲାର ନାମ, ଜାତୀୟ ସଂଗୀତ, ଭାରତର ସ୍ବାଧୀନତା ସଂଗ୍ରାମୀଙ୍କ ନାମ ଏବଂ ଅନ୍ୟ ୬୯ ଗୋଟି ସାଧାରଣ ଜ୍ଞାନ ସମ୍ପର୍କିତ ପ୍ରଶ୍ନର ଉତ୍ତର ନିର୍ଭୁଲ୍ ଭାବେ କହିପାରୁଛି। ଆଉ ନିକଟରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍ ଦ୍ବାରା ଅନ୍‌ଲାଇନ୍ ଯୋଗେ ଆୟୋଜିତ କାର୍ଯ୍ୟକ୍ରମ‌ରେ ସାତ୍ତ୍ବିକ ଭାଗ ନେଇ ସମସ୍ତ ପ୍ରଶ୍ନର ଉତ୍ତର ନିର୍ଭୁଲ୍ ଭାବେ ଦେଇଥିଲା। ଆଉ ତା’ର ଦକ୍ଷତାକୁ ଅଧିକାରୀ ମାନେ ପ୍ରଶଂସା କରିଛନ୍ତି। ସାତ୍ତ୍ବିକକୁ ପ୍ରଶଂସାପତ୍ର ଓ ମେଡାଲ୍ ‌ପ୍ରେରଣ କରାଯାଇଛି। ସାତ୍ତ୍ବିକର ଏଭଳି ପ୍ରତିଭା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ତା’ର ବାପାମାଆଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର