ଗିରଫ ଦାବି ଜୋର୍‌ ଧରିଲା : ପୀରହାଟରେ ମନମୋହନଙ୍କ କୁଶ ପୁତ୍ତଳିକା ଦାହ

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଠାରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ପୂର୍ବତନମନ୍ତ୍ରୀ ମନମୋହନ ସାମଲଙ୍କ ଗିରଫ ଦାବି କରି କୁଶ ପୁତ୍ତଳିକା ଦାହ କରାଯାଇଛି। ସ୍ଥାନୀୟ ପୁରୁଣା ବଜାରରୁ ଶହ ଶହ କର୍ମୀ ପୂର୍ବାହ୍ନରେ ବିଶାଳ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିଥିଲେ। ଚାନ୍ଦବାଲି ମାଟିକୁ କଳଙ୍କିତ କରୁଥିବା ମନମୋହନ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ। ମନମୋହନଙ୍କ କୁଶ ପୁତ୍ତଳିକାରେ ଜୋତା ମାଳ ପିନ୍ଧାଇ ଦାହ କରିଥିଲେ।

ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ପୌରୋହିତ୍ୟରେ ନୂଆ ବଜାରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଅମର ଦାସ, ମାନସ ରଞ୍ଜନ ସାହୁ, ବଳଭଦ୍ର ମାଠ, ସୁବାସ ସେଠୀ, ବାବୁରାମ ବାରିକ, ପାର୍ଥ ସାରଥି ନାୟକ, ବିପିନ ରାଉତ, ଶ୍ରୀଧର ନାୟକ, ପ୍ରିନ୍ସ ରାକେଶ ନାୟକ, ପ୍ରଦୀପ ମିଶ୍ର, ଚିନୁ ମିଶ୍ର, ହିମାଦ୍ରୀ ମିଶ୍ର, ଯଦୁନାଥ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ମହାନ୍ତି, ସୁଧାଂଶୁ ନାୟକ, ଜିତେନ୍ଦ୍ର ବିଶ୍ୱାଳ, ବାବୁ ବିଶ୍ୱାଳ, ସନାତାନ ବାରିକ, ଜଗବନ୍ଧୁ ଧନୀ, ଗିରିଧାରୀ ନାୟକ, ଅର୍ଜୁନ ନାୟକ, ଅକ୍ଷୟ ପାଣିଗ୍ରାହୀ, କାଶିନାଥ ସେନାପତି, ସନାତନ ମିଶ୍ର, ବାପି ଡାଙ୍ଗୁଆ, କେଦାର ମହାପାତ୍ର, ଶଶିକାନ୍ତ ମହାରଣା, ଆନନ୍ଦ ପାଣି, ସନାତନ ସ୍ୱାଇଁ, ବାବାଜୀ ମାଠ, ଲିଙ୍ଗରାଜ ନାୟକ, ପ୍ରଭାତ ମିଶ୍ର, ଲକ୍ଷ୍ମୀକାନ୍ତ ବଳ, ମହେଶ୍ୱର ବେହେରା ଓ ସନ୍ତୋଷ ସାହୁ ପ୍ରମୁଖ ସାମିଲ୍‌ ହୋଇ ମନମୋହନ ସାମଲଙ୍କ ବିରୋଧରେ ବର୍ଷିଥିଲେ।

ବାଲେଶ୍ୱର ଜିଲ୍ଲା ସୋର ଅଂଚଳର ଦିବ୍ୟାଙ୍ଗ ଯୁବକ ଓ ତାଙ୍କ ପତ୍ନୀଙ୍କୁ ଦିଆଯାଉଥିବା ନିର୍ଯାତନା ଘଟଣାରେ ଶ୍ରୀ ସାମଲ ସଂପୃକ୍ତ ଥିବା ସ୍ୱାଭିମାନ ସୁରକ୍ଷା ମଞ୍ଚ ଅଭିଯୋଗ କରିଛି। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଗିରଫ କରାଯିବାକୁ ଦାବି କରିଥିଲେ। ମନମୋହନ ସାମଲଙ୍କ ରାଜନୈତିକ ଶକ୍ତି ଆଗରେ ଏହି ପରିବାରର ଜୀବନ ଆଜି ଅନ୍ଧାରରେ। ଆଜିର ଏହି ବିକ୍ଷୋଭ ପରେ ତିହିଡି ସମେତ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ମନମୋହନଙ୍କ ବିରୋଧରେ ଆନ୍ଦୋଳନ ଜୋରଦାର ହେବାରେ ଲାଗିଛି। ପ୍ରଶାସନ ତାଙ୍କୁ ଗିରଫ୍‌ ନ କରିବା ପର୍ଯ୍ୟନ୍ତ ଏପରି ବିକ୍ଷୋଭ ଜାରି ରହିବ ବୋଲି ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର