ଭୁବନେଶ୍ବର : ଆଜି ଜାତୀୟ ପ୍ରେସ୍ ଡେ’ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ ଅଭିବାଦନ ଜଣାଇବା ନେଇ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସମାଲୋଚନା କରିଛନ୍ତି। ସମାଜିକ ଗଣମାଧ୍ୟମ ଜରିଆରେ ଶ୍ରୀ ପଟ୍ଟନାୟକ ଅଭିଯୋଗ କରି କହିଛନ୍ତି ଓଡ଼ିଶାରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ସରକାର ଟାର୍ଗେଟ୍ କରିବାର ଅନେକ ନଜିର ରହିଛି। ବାସ୍ତବ କଥା ହେଉଛି, ସାମ୍ବାଦିକମାନଙ୍କ ଉପରେ ଅତ୍ୟଧିକ ଅତ୍ୟାଚାର କରାଯାଉଛି। ଗଣମାଧ୍ୟମକୁ ଆଦୌ ଭୟଭୀତ ନ କରିବା ପାଇଁ ଜାତୀୟ ପ୍ରେସ୍ ଡେରେ ମୁଖ୍ୟମନ୍ତ୍ରୀ ଶପଥ ନିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।
ଗଣମାଧ୍ୟମକୁ ଭୟଭୀତ ନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରେସ୍ ଡେ’ରେ ଶପଥ ନିଅନ୍ତୁ: ପିସିସି ସଭାପତି
/sambad/media/post_attachments/wp-content/uploads/2019/04/Niranjan_Patnaik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)