ବିଜେଡି କାର୍ଯ୍ୟାଳୟରେ ଶପଥ ପାଠ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ କୋଭିଡ୍‌ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରବ ପ୍ରାର୍ଥନା କରାଯିବା ସହ ଶପଥ ପାଠ କରାଯାଇଥିଲା। ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ(କାର୍ଯ୍ୟାଳୟ) ସଞ୍ଜୟ ଦାସବର୍ମାଙ୍କ ‌େନତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ନିରବ ପ୍ରାର୍ଥନା କରିଥିଲେ। ଏଥିରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ, ସତ୍ୟବ୍ରତ ପାତ୍ର, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଜ‌ନ୍ମେଜୟ ଲେଙ୍କା, ବିଜୁ ଯୁବ ଜନତା ଦଳର ସଭାପତି ଅମରେଶ ପତ୍ରୀ, ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ର, ମହିଳା ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ସୁଲତା ଦେଓ, ଭାରତୀ ସିଂହ, ସଂଯୁକ୍ତା ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବ ବିଜେଡିର ଦୁର୍ଗା ସାମନ୍ତରାୟ, ମଳୟ ପତି, ଧୃତି ମାର୍ଥା, ସୁନିଲ ନାୟକ, ତାରିଣୀ ନାୟକ, ଛାତ୍ର ବିଜେଡିର ମନୋଜ ସେନାପତି, ସୁଜିତ ପାଲଟାସିଂହ, ପ୍ରମୋଦ ପାତ୍ର, ଧର୍ମେନ୍ଦ୍ର ଧଳ ଓ ସଞ୍ଜୟ ବିଶୋଇ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର