ସୋସିଆଲ୍‌ ମିଡିଆରେ ବୁଲୁଛି ଶପଥ ଗ୍ରହଣ ଚିଠି !

ଭୁବନେଶ୍ବର : ନିର୍ବାଚନ ପ୍ରକ୍ରିୟା ସରି ନାହିଁ। କିନ୍ତୁ ବିଜେଡି ଓ ବିଜେପିର ଶୀର୍ଷ ନେତାମାନେ ନିର୍ବାଚନୀ ପ୍ରଚାର ବେଳେ ଶପଥ ଗ୍ରହଣ ଉତ୍ସବକୁ ପରସ୍ପରକୁ ନିମନ୍ତ୍ରଣ କରୁଥିବା ଦେଖିବାକୁ ମିଳୁଛି। ନେତାଙ୍କ ଏହି ଭାଷଣବାଜି ସହ ତାଳ ଦେଇ ସୋସିଆଲ୍‌ ମିଡିଆରେ ଦୁଇଟି ଚିଠି ଏବେ ଭାଇରାଲ୍ ହେଉଛି।

‌େଗାଟିଏ ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି। ଆସନ୍ତା ମେ’ ମାସ ୨୬ ତାରିଖ ସନ୍ଧ୍ୟା ୭ଟାରେ ଜନତା ମଇଦାନରେ ହେବାକୁ ବିଜେଡିର ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଚିଠିରେ ନିବେଦକ ‘ଓଡ଼ିଶାବାସୀ’ ବୋଲି ଲେଖାଯାଇଛି। ଏହି ଚିଠିରେ ଶଙ୍ଖ ଚିହ୍ନ ରହିଛି।
ଆଉ ଗୋଟିଏ ଚିଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି। ଆସନ୍ତା ମେ’ ୨୬ ତାରିଖ ଅପରାହ୍ନ ୪ଟାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ନୂଆ ଓଡ଼ିଶା ସରକାର ଦାୟିତ୍ବ ଗ୍ରହଣ କରିବେ ବୋଲି ଉଲ୍ଲେଖ ଅଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥିତ ରହିବାକୁ ଶ୍ରୀ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଛି। ଏହି ଚିଠିରେ ମଧ୍ୟ ନିବେଦକ ‘ଓଡ଼ିଶାବାସୀ’ ବୋଲି ଲେଖାଯାଇଛି।

ସୋସିଆଲ୍‌ ମିଡିଆରେ ଏହି ଦୁଇଟି ଚିଠି ଗତକାଲି ଠାରୁ ଭାଇରାଲ୍ ହେବାରେ ଲାଗିଛି। କେହି ବ୍ୟକ୍ତି ସାମ୍ପ୍ରତ୍ତିକ ରାଜନୀତିକୁ କଟାକ୍ଷ କରିବାକୁ ଏପରି ଚିଠି ପୋଷ୍ଟ୍ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର