ଭୁବନେଶ୍ୱର : ସମାଜରୁ ଲିଙ୍ଗଭିତ୍ତିକ ହିଂସା ରୋକିବା ପାଇଁ ଓଡ଼ିଶା ମହିଳା ଶ୍ରମଜୀବୀ ମଞ୍ଚ, ଶ୍ରମଜୀବୀ ମଞ୍ଚ ଓ ଆତ୍ମଶକ୍ତି ଟ୍ରଷ୍ଟର ମିଳିତ ପ୍ରୟାସରେ ସାରା ରାଜ୍ୟରେ ଆଜି ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ ଲୋକ ଶପଥ ପାଠ କରିଛନ୍ତି। ଜାତିସଂଘର ସମୂହ ଆହୁତ ମହିଳାଙ୍କ ପ୍ରତି ଲିଙ୍ଗଭିତ୍ତିକ ହିଂସା ରୋକିବା ପାଇଁ ବିଶ୍ବବ୍ୟାପୀ ନଭେମ୍ବର ୨୫ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ୧୬ ଦିନିଆ ଅଭିଯାନ ଆରମ୍ଭ ହୋଇଛି।
ଏହି ଅବସରରେ ସଙ୍ଗଠନର ପକ୍ଷରୁ ସଦସ୍ୟମାନେ ମାଷ୍ଟରକ୍ୟାଣ୍ଟିନରେ ଶପଥପାଠ କରିବା ସହିତ ଲିଙ୍ଗଗତ ସମାନତା ପ୍ରତି ସମର୍ଥନ ପୂର୍ବକ ବିଭିନ୍ନ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ମଞ୍ଚର ସଭାପତି ଶାନ୍ତି ଭୋଇ ଏହି ଅବସରରେ କହିଛନ୍ତି, ଏହି ଅଭିଯାନରେ ଜନସଚେତନତା କରାଯିବା ସହିତ ମହିଳାମାନଙ୍କ ସାମାଜିକ ଓ ନ୍ୟାୟିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ସେହିଭଳି ଆତ୍ମଶକ୍ତି ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ରୁଚି କାଶ୍ୟପ କହିଛନ୍ତ, ବିଶ୍ବର ପ୍ରତି ୩ ଜଣରେ ଜଣେ ମହିଳା ହିଂସାର ଶିକାର ହେଉଛି। ତେଣୁ ଏଥିପ୍ରତି ସାମାଜିକ ସ୍ତରରେ ସଚେତନତା କରାଇବା ପାଇଁ ଟ୍ରଷ୍ଟ ଏହି ଅଭିଯାନରେ ସାମିଲ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/gender-based-violence.jpg)