ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କର ନ୍ୟାର୍ଯ୍ୟ ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି।
ସୂଚନା ଅନୁଯାୟୀ ଚିକିତ୍ସାଳୟରରେ ସୁମିତ ଏଜେନ୍ସି ଦ୍ବାରା ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ବ ହେବ ସେମାନଙ୍କ ଦରମା ସହିତ ପିଏଫ୍ ଓ ଇଏସଆଇ ବାବଦରେ କଟୁଥିଲେ ମଧ୍ୟ ସେମାନେ ଏ ବିଷୟରେ ଅବଗତ ହୋଇ ପାରୁନାହାଁନ୍ତି। ପୁଣି ଦରମା ଠିକ୍ ସମୟରେ ମିଳୁନାହଁ। ଏହି ପରିପ୍ରେକ୍ଷୀରେ ସେମାନଙ୍କ ଦାବିପତ୍ର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ତାଙ୍କ ଅଭିଯୋଗ ସେମାନଙ୍କ ସ୍ବଳ୍ପ ରୋଜଗାରରେ ଦରମାରେ ପୁଣି ଅନିୟମିତତା ଯୋଗୁଁ, ପରିବାର ଭରଣପୋଷଣ ଓ ସାଧାରଣ ଜୀବନଯାପନରେ ବ୍ୟାଘାତ ଦେଖାଯାଇଛି। ସଫେଇ କର୍ମଚାରୀଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ କାର୍ଯ ବନ୍ଦ ରଖିବେ ବୋଲି ଚେତାବନୀ ଦେଇଛନ୍ତି।
ଏହି ଆନ୍ଦୋଳନରେ ସଫେଇ କର୍ମଚାରୀ କୁନା କାରୁଆ, ଛୋଟ ବେହେରା, ସମୀର ମହାନ୍ତ, ଶରତ ବେହେରା, ବିକାଶ ବେହେରା, ସରସ୍ବତୀ ଲୋହାର, ପୁଟୁ କାରୁଆ, ଜଳେନ୍ଦ୍ର ମୁଖି, ମନୋରଂଜନ ବେହେରା, ରାଜକୁମାର ବେହେରା, ଅନିଲ କୁମାର ମହାନ୍ତ, ଅକ୍ଷୟ କାରୁଆ, ବୁଧୁରାମ ମାହାଲି, ଟୁଲୁ ମୁଖୀ, ଚନ୍ଦ୍ରକାନ୍ତ ପାତ୍ର, ବାଦ ସୋରେନ, ସାଲ ସୋରେନ, ଗଣେଶ ମୁଖୀଙ୍କ ସମେତ ବହୁ କର୍ମଚାରୀ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/IMG-20240518-WA0275.jpg)