ବିନିକା: ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଶୁଙ୍ଖଳିତ ମନୋଭାବ ନେଇ ଝାଡୁଦାରମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ ସେବା ସପ୍ତାହରେ ବିନିକା ଏନଏସି ଆବର୍ଜନାମୟ ହୋଇଛି।
ଗୁରୁବାର ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଶୁଙ୍ଖଳିତ ମନୋଭାବ ନେଇ ଝାଡୁଦାର ମାନଙ୍କ ପକ୍ଷରୁ ଗତ ୨୦ ସେପ୍ଟେମ୍ବରରେ ବିନିକା ତହସିଲଦାରଙ୍କ ଜରିଆରେ ଜିଲ୍ଳାପାଳଙ୍କୁ ଦାବିପତ୍ର ଦେଇ ସମାଧାନ ପାଇଁ ନିବେଦନ କରାଯାଇଥିଲା। ସମାଧାନ ନହେବାରୁ ଗତ ୨୩ ତାରିଖଠାରୁ ୪୩ ଜଣ ଝାଡୁଦାର କର୍ମକର୍ତ୍ତାଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ସୁଚନା ଅନୁସାରେ ବିନିକା ଏନଏସିରେ କାର୍ଯ୍ୟରତ ଝାଡୁଦାରମାନଙ୍କୁ ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ ଯୋଗଦାନ ଦିନଠାରୁ ଝାଡୁଦାରମାନଙ୍କ ପ୍ରତି ଅବହେଲା ମନୋଭାବ ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଛନ୍ତି।
ଏହା ସହିତ ଝାଡୁଦାରମାନଙ୍କ ସମସ୍ୟା କିମ୍ବା ଆପତ୍ତି ପ୍ରତି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି। ଏହା ସହ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏକ ଛତ୍ରବାଦ କାର୍ଯ୍ୟ କରି ସଫେଇ କର୍ମଚାରୀମାନଙ୍କ ମନଇଚ୍ଛା କାର୍ଯ୍ୟ କରାଇବା ସହ ନୁତନ ଭାବରେ ୧୨ ଜଣ ଝାଡୁଦାରଙ୍କୁ ନଦୀଘାଟ ଓ ଟାଉନ ହଲ୍ ସଫେଇ କରିବା ଦାୟିତ୍ବ କାର୍ଯ୍ୟନିର୍ବାହୀ ଅଧିକାରୀ ଦେଇ ମଧ୍ୟ ମନଇଚ୍ଛାରେ କାର୍ଯ୍ୟ ପରିବର୍ତ୍ତନ କରି ଚାଲିଛନ୍ତି। ଏହାସହ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୋ କଥା ନ ମାନିଲେ ତୁମକୁ କାର୍ଯ୍ୟରୁ ବାହାର କରାଯାଇ ତରଭା ଓ ସୋନପୁରରୁ କର୍ମଚାରୀ ଅଣିବାକୁ କହି ଝାଡୁଦାରମାନଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି।
ଏହା ବ୍ୟତିତ ସ୍ଥାୟୀ ଝାଡୁଦାର ୧୮ ଜଣଙ୍କୁ ହ୍ୟାଣ୍ଡଗ୍ଲୋଭସ୍, ଜୋତା ଚଷମା ସାବୁନ, ବର୍ଷାତି ଓ ସ୍ବାସ୍ଥ୍ୟଗତ ସମାସ୍ୟା ହେଲେ ମଧ୍ୟ ଛୁଟି ଦିଆଯାଊନାହିଁ । ଅନ୍ୟ ପକ୍ଷରେ ନୂତନ ଭାବୋରେ ୧୨ ଝାଡୁଦାରଙ୍କୁ ଗେହ୍ଲାପୁଅ କରି କାର୍ଯ୍ୟଳୟରେ ରଖିଛନ୍ତି। ଗୁରୁବାର କାର୍ଯ୍ୟଳୟରେ ବିନିକା ଏନଏସି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୋଇଙ୍କ ସହ ଆଲୋଚନା କରି ଥିଲେ ମଧ୍ୟ ଝାଡୁଦାର ସେମାନଙ୍କ ଜିଦ୍ରେ ଅଟଳ ରହି ବିକ୍ଷୋଭ ପ୍ରଦର୍ଶନ ଚଳାଇଛନ୍ତି।
ଅନ୍ୟପକ୍ଷରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦେଳନ ୩ ଦିନରେ ପହଞ୍ଚିଥିବାରୁ ସହରରେ ଦୁର୍ଗାପୂଜା ଧୁମ୍ଧାମରେ ଚାଲି ଥିଲାବେଳେ ବିନିକା ସହର ଆବର୍ଜନାମୟ ହୋଇପଡ଼ିଥିବାରୁ ଜନସାଧାରଣରେ କ୍ଷୋଭ ପ୍ରକାଶ ପାଉଛି। ଏଣୁ ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି। ଆନ୍ଦୋଳନରେ ବସନ୍ତ କଲେତ, ବିଶାଳ ବାଗ୍, କୈଳାସ ବାଗ, ଜୟ ତସା, ସ୍ବାଧିନ ବାଗ୍ , ଡ଼ମ୍ବରୁ ବାଗ୍ ସମେତ ସମସ୍ତ ସଫେଇ କର୍ମଚାରୀ ଯୋଗଦେଇଛନ୍ତି।
ଅକ୍ଷୟ କୁମାର ପୁଜାରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/25/1sweepers-strike-nac-garbage-disposal-during-service-week-2025-09-25-15-06-25.jpg)