କୁଆରମୁଣ୍ତା: କୁଆରମୁଣ୍ତା ଲୋକନାଥ ମନ୍ଦିର ନିକଟ ୧୪୩ ନଂ ଜାତୀୟ ରାଜପଥ ପାର୍ଶ୍ବସ୍ଥ ଏକ ଭଡ଼ା ଘରେ ଜଣେ ମିଠା ଦୋକାନୀ ଛାତର ଲୁହାକଡ଼ିରେ ଧୋତି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ବସନ୍ତ ମହାକୁଡ଼(୫୭)। ବୁଧବାର ସକାଳୁ ଉକ୍ତ ମିଠା ଦୋକାନର ଜନୈକ କର୍ମଚାରୀ ଘରର ଝରକାରେ ଦେଖିବା ପରେ ଘଟଣା ସମ୍ପର୍କରେ ଘର ମାଲିକଙ୍କୁ ଖବର ଦେଇଥିଲେ। ଖବର ପାଇ କୁଆରମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତନାଘନା ଆରମ୍ଭ କରିଛି। ମୃତ ବସନ୍ତ ରାଉରକେଲା ସେକ୍ଟର-୧୫ କ୍ବାର୍ଟର ନଂ–୩/୨୫୮ରେ ସପରିବାର ରହୁଥିଲେ। କୁଆରମୁଣ୍ତାରେ ସେ ମିଠା ଦୋକାନ ସହ ଏକ ଟାନ୍ସପୋର୍ଟ ବ୍ୟବସାୟ କରିଥିଲେ। ଗତ କିଛି ଦିନ ହେଲା ଧାରଉଧାର ଟଙ୍କାକୁ ନେଇ ବସନ୍ତ ମାନସିକ ଚାପଗ୍ରସ୍ତ ଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡ଼ିଛି। ମାତ୍ର ଲକ୍ଷାଧିକ ଟଙ୍କା କରଜ କରି ଠିକ୍ ସମୟରେ ପରିଶୋଧ କରି ନ ପାରିବା ହେଉ ଅବା ପାରିବାରିକ ଅଶାନ୍ତିକୁ ନେଇ ବସନ୍ତ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
କରଜ ଟଙ୍କା ଶୁଝି ପାରିଲେନି; ମିଠା ଦୋକାନୀଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2022/06/dead-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)