ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଚେଲେଖା ଗ୍ରାମର ମାସିଆ ମାଝୀ (୫୨) ଶନିବାର ନଦୀ ପାରି ହେବାବେଳେ ଭାସିଯାଇ ପ୍ରାଣ ହରାଇଛନ୍ତି। ସେ ଝିଅ ଘର ବାରଙ୍ଗପଦରକୁ ଯାଉଥିଲେ।
ଅପରାହ୍ନ ୫ଟାରେ ଗାଁ ନିକଟରେ ପ୍ରବାହିତ ହେଉଥିବା କେରପାଇ-କାଚେଲେଖା ନଦୀ ପାରି ହେଉଥିଲେ। ଏହି ସମୟରେ ସେ ନଦୀରେ ଭାସିଯାଇଥିଲେ। ପରିବାର ଲୋକେ ନଦୀକୂଳରେ ବହୁ ଖୋଜାଖୋଜି କରିବା ପରେ ୧ କିମି ଦୂର ପିଣ୍ଡାପଦର ନିକଟରେ ମୃତଦେହ ପଡ଼ିଥିବା ଦେଖିଥିଲେ।