ଭୁବନେଶ୍ୱର: ସ୍ବିଗି ବୟ ପତିତପାବନ ପୃଷ୍ଟି ଓରଫ୍ ଚିକୁନ୍ ତାଙ୍କ ପ୍ରେମିକାଙ୍କ ସହ ଭୁବନେଶ୍ୱର ପହଞ୍ଚିଛନ୍ତି। ଡେଲିଭରି ବୟ ଚିକୁନ୍ ଓ ତାଙ୍କ ପ୍ରେମିକାଙ୍କୁ ଧଉଳି ଥାନାରେ ପଚରାଉଚରା ଚାଲିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ସ୍ବିଗି ବୟ ପତିତପାବନ ପୃଷ୍ଟି ଓରଫ୍ ଚିକୁନ୍ ନିଜେ ରଚିଥିବା ଅପହରଣର ନାଟକର ପର୍ଦ୍ଦାଫାସ୍ କରିବା ପରେ ଧଉଳି ଥାନା ପୁଲିସ ମଧ୍ୟପ୍ରଦେଶ କଟନି ରେଳଷ୍ଟେସନରେ ଅଟକ ଥିବା ଚିକୁନ୍ ଓ ତାଙ୍କ ପ୍ରେମିକାଙ୍କୁ ସାଙ୍ଗରେ ଧରି ଭୁବନେଶ୍ବର ଅଭିମୁଖେ ଗତକାଲି ବାହାରିଥିଲେ। ଗୁରୁବାର ଟ୍ରେନ୍ ଭୁବନେଶ୍ବର ପହଞ୍ଚିଛି। ଏହାପରେ ଉଭୟଙ୍କୁ ପରେ ପୁଲିସ ଧଉଳି ଥାନାରେ ପଚରାଉଚରା କରୁଛି। ତାପରେ ଚିକୁନଙ୍କୁ କୋର୍ଟରେ ହାଜର କରିବ।/sambad/media/post_attachments/wp-content/uploads/2021/09/Delivery-Boy-and-lover.jpg)
ଅନ୍ୟପକ୍ଷରେ ଏହି ମିଥ୍ୟା ଅପହରଣ ନାଟକ ରଚିଥିବା ଚିକୁନଙ୍କୁ ବାନ୍ଧିବା ପାଇଁ ପୁଲିସ ନିଜ ଆଡ଼ୁ ଏକାଧିକ ମାମଲା ରୁଜୁ କରିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଚିକୁନ୍ ତା’ର ପ୍ରେମିକା କହୁଥିବା ଜଣେ ଯୁବତୀକୁ ଅପହରଣ କରିଥିବା ତାଙ୍କର ପରିବାରବର୍ଗ ଗୋପ ଥାନାରେ ଅଭିଯୋଗ କରିଥିବାରୁ ତାଙ୍କ ବିରୋଧରେ ଆଇପିସିର ଦଫା ୩୬୬ରେ ମାମଲା ରୁଜୁ ହୋଇପାରେ। ସେହିପରି ପତ୍ନୀଙ୍କ ସହ ବିଶ୍ବାସଘାତକତା କରିବା ଅଭିଯୋଗରେ ଦଫା ୪୦୬, ନିଜର ଅପହରଣ ହୋଇଥିବା କହି ପତ୍ନୀଙ୍କ ଦ୍ବାରା ମିଥ୍ୟା ଅଭିଯୋଗ କରାଇବା ଆଧାରରେ ଦଫା ୨୦୦, ମିଥ୍ୟା କ୍ରାଇମ୍ ସ୍ପଟ୍ ତିଆରି କରିବା ଓ ପ୍ରମାଣ ନଷ୍ଟ କରିବା ନେଇ ଚିକୁନଙ୍କ ବିରୋଧରେ ଦଫା ୨୦୩, ୨୦୧ ଓ ୨୧୧ ଭଳି ଏକାଧିକ ଦଫା ପୁଲିସ ଲଗାଇପାରେ ବୋଲି ଜଣାପଡ଼ିଛି।
ଚିକୁନଙ୍କ ପତ୍ନୀ ଅହଲ୍ୟାଙ୍କୁ ମଧ୍ୟ ପୁଲିସ ଡାକି ପଚରାଉଚରା କରିପାରେ। ସେପଟେ ଏମାନଙ୍କୁ ଓଡ଼ିଶା ବାହାରକୁ ଖସିବାରେ ସହଯୋଗ କରିଥିବା ଯୁବତୀଙ୍କୁ ଗୋପ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଚିକୁନ୍ ଯେଉଁ ଜାଗାରେ ଅଫହରଣର ମିଛ ନାଟକ ରଚିଥିଲେ, ସେହି ଜାଗାକୁ ତାଙ୍କୁ ନେଇ ଅଧିକ ତଦନ୍ତ କରିପାରେ ପୁଲିସ। ଧଉଳି ଥାନା ପୁଲିସ ଗୋପ ପୁଲିସ ସହ ଯୋଗାଯୋଗ କରୁଛି।
ଏଣେ କମିସନରେଟ ପୁଲିସ ଥାନାରେ ପହଞ୍ଚିଛନ୍ତି ଚିକୁନଙ୍କ ପରିବାର। ମୋ ସ୍ଵାମୀ ଖାଲି ମୋର ବୋଲି କହିଛନ୍ତି ଚିକୁନଙ୍କ ପତ୍ନୀ ଅହଲ୍ୟା। ଅନ୍ୟପଟେ ତାଙ୍କ ମା କହିଛନ୍ତି, ମୋ ପୁଅ ମୋ ବୋହୁ ସାଂଗେ ରହୁ। ଆମେ ଦୁଇଟା ବୋହୂ ରଖି ପାରିବୁନି। ଅନ୍ୟପଟେ ଝିଅ ଉପରେ ଦୋଷ ଲଦିଛନ୍ତି ଚିକୁନଙ୍କ ଭାଇ। ଚିକୁନ୍ ବାହା ହୋଇଥିଲା ବୋଲି ସେ ଝିଅ ଜାଣିଥିଲା। ତେଣୁ ଚିକୁନର କିଛି ଭୁଲ୍ ନାହିଁ ସେ ଝିଅର ଭୁଲ୍। ସେ ଜାଣିଶୁଣି ତା ଜୀବନକୁ ନଷ୍ଟ କରିଛି। ଆମ ଚିକୁନ୍ ତାର ସ୍ତ୍ରୀ ସହ ରହୁ ବୋଲି ମଧ୍ୟ ତାଙ୍କ ଭାଇ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Swigy-Boy-Reached-Bhubaneswar-With-Girlfriend_Thumbnail_2.jpg)