ଭୁବନେଶ୍ବର/ଧଉଳି: ‘ଧନ.. ମତେ ଡାଲା ଅଟୋରେ ଅପହରଣ କରି ନେଉଛନ୍ତି। ଛୁରି ଭୁସି ଦେଇଛନ୍ତି। ଭାଇକୁ କହ ଲୋକେସନ୍କୁ ଆସିବ।’ ପତ୍ନୀଙ୍କ ପାଖକୁ ହ୍ବାଟ୍ସଆପ୍ରେ ଏମିତି ଏକ ଅଡିଓ ମେସେଜ୍ ପଠାଇ ନିଖୋଜ ହୋଇ ଯାଇଥିଲେ ଧଉଳି ଥାନା ନୂଆଗାଁ ବିଜୟ ବିହାର-୨ ଅଞ୍ଚଳରେ ରହୁଥିବା ସ୍ବିଗି ବୟ ପତିତପାବନ ପୃଷ୍ଟି ଓରଫ୍ ଚିକୁନ। ଏମିତି ଥିଲା ପତିତପାବନ ନିଜେ ରଚିଥିବା ଅପହରଣର ମିଛ କାହାଣୀ। ହେଲେ ତିନି ଦିନ ପରେ ଆଜି ଏହି ଅପହରଣ ନାଟକ ଉପରୁ ପରଦା ଉଠାଇଛି କମିସନରେଟ୍ ପୁଲିସ। ବିବାହିତ ହେଲେ ବି ପତିତପାବନ ଜଣେ ପ୍ରେମିକା ସହ ଟ୍ରେନରେ ଫେରାର ହେଉଥିବା ବେଳେ ପୁଲିସଠାରୁ ସୂଚନା ପାଇ ମଧ୍ୟପ୍ରଦେଶର କଟନୀ ଷ୍ଟେସନରେ ଆରପିଏଫ୍ ପତିତପାବନ ଓ ତା’ର ପ୍ରେମିକାକୁ ଅଟକ ରଖିଛି। ଧଉଳି ଥାନା ଆଇଆଇସି ଓ ତାଙ୍କ ଟିମ୍ ଆଜି ମଧ୍ୟପ୍ରଦେଶ ଯାଇଛନ୍ତି। ଉଭୟଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ବୁଧବାର ସନ୍ଧ୍ୟା ସୁଦ୍ଧା ଉଭୟଙ୍କୁ ନେଇ ପୁଲିସ ଟିମ୍ ଭୁବନେଶ୍ବରରେ ପହଞ୍ଚିବ ବୋଲି ଜଣାପଡ଼ିଛି। ତେଣୁ ତିନି ଧରି ନିଦ ହଜାଇ ଦେଇଥିବା ଏହି ମିଛ ଅପହରଣ ନାଟକର ପର୍ଦ୍ଦାଫାସ୍ କରି କମିସନରେଟ ପୁଲିସ ଆଶ୍ବସ୍ତି ଲାଭ କରିଛି।
ସ୍ବିଗି ଡେଲିଭରି ବୟ ଅପହରଣ ନାଟକର ପର୍ଦ୍ଦାଫାସ୍: ପ୍ରେମ ପାଇଁ ନିଜେ ରଚିଥିଲା ମିଛ କାହାଣୀ
ପ୍ରେମିକାଙ୍କୁ ଧରି ଉତ୍କଳ ଏକ୍ସପ୍ରେସରେ ପଳାଇଥିଲା, ମଧ୍ୟପ୍ରଦେଶରେ କଟନୀ ଷ୍ଟେସନରୁ ଧରିଲା ଆର୍ପିଏଫ୍
/sambad/media/post_attachments/wp-content/uploads/2021/09/5f4h654sf65h4sf65hhfhfssfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)