ନବରଙ୍ଗପୁର/ଉମରକୋଟ: ଯୁବପିଢ଼ିମାନଙ୍କ ପାଇଁ ସନ୍ତରଣ ଏବଂ ପାଣିରେ ବୁଡି ବଞ୍ଚିବାର ମୌଳିକ କୌଶଳ ସମ୍ବନ୍ଧୀୟ ଏକ ସନ୍ତରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉମରକୋଟ ସ୍ଥିତ ଏ.ଜି.ଆର. ପ୍ରତିରକ୍ଷା ଏବଂ ଶାରୀରିକ ଏକାଡେମୀଠାରେ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ନବରଙ୍ଗପୁର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ଚନ୍ଦ୍ର ବର୍ମନ ଦ୍ଵାରା ଉଦଘାଟିତ ହୋଇଥିଲା। ପାଣିରେ ବୁଡ଼ି କୌଣସି ପ୍ରାଣହାନୀ ଜନିତ ଦୁର୍ଘଟଣାକୁ ଏଡାଇବା ନିମନ୍ତେ ରାଜ୍ୟ ସରକାରଙ୍କର ଏହି ଅଭିନବ ପ୍ରୟାସ ଯୁବପିଢ଼ିମାନଙ୍କ ଉପରେ ପ୍ରଭାବ ପକାଇବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ସେନା ବାହିନୀରୁ ସଦ୍ୟ ଅବସର ଗ୍ରହଣ କରିଥିବା ସୁବେଦାର ମେଜର ସୁକାନ୍ତ କୁମାର ବେହେରାଙ୍କୁ ସ୍ଵତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ସାଂସଦଙ୍କ ପ୍ରତିନିଧି ରାମ ନାୟକ, ଉମରକୋଟ ପୌରପାଳିକା ଅଧ୍ୟକ୍ଷା ରାଧା ଭାତ୍ରା,ଏସଡିପିଓ ଶୁଭେନ୍ଦୁ ଶବର ପ୍ରମୁଖ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ , ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜରୁରୀକାଳୀନ ବିଭାଗ ହିମାଂଶୁ ଶେଖର ପଟନାୟକ, ନିର୍ବାହୀ ଅଧିକାରୀ ପୌର ପରିଷଦ ଉମରକୋଟ ଆଲୋକ କୁମାର ଅନୁଗୁଳିଆ, ଝରିଗାଁ ତହସିଲଦାର ସୁମନ୍ତ ପାତ୍ର, ଡ. ଅହମ୍ମଦ ଅଲ୍ଲୀ, ୱାର୍ଡ ମେମ୍ବର ଶିଖାରାଣୀ ସରକାର ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରୀକାଳୀନ ଉପ ବିଭାଗର ବିଭାଗୀୟ ଉପ ଅଧିକାରୀ ତ୍ରିପତି ବାଲାଜି ସାହୁଙ୍କ ସହ ଶାରୀରିକ ପ୍ରଶିକ୍ଷକ ଶିକ୍ଷକ ଏମ. ବିଜୟ କୁମାର, ପ୍ରଭାତ କୁମାର ପଟ୍ଟନାୟକ, ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ସାହୁ, ସପ୍ତମ ଭାରତୀୟ ସଂରକ୍ଷଣ ବାହିନୀ ଓଡ୍ରାଫ ଦଳର ହାବିଲଦାର ମହେଶ୍ଵର କଟ୍ରି, ମଙ୍ଗରାଜ ମହାଲି, ତପନ କୁମାର ସ୍ଵାଇଁ, ବାପିନା ପ୍ରଧାନ, ଆଶିଷ କୁମାର ପାତିକା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଚନ୍ଦନା ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ପ୍ରକାଶଯୋଗ୍ୟ, ପୂର୍ବତନ ଅବସର ପ୍ରାପ୍ତ ନୌସେନା ଅଧିକାରୀ ଜି. ଗୋଲ୍ଡ ସ୍ମିଥ ୨୦୦୮ରୁ ୨୦୨୩ ପର୍ଯ୍ୟନ୍ତ ଭାରତୀୟ ନୌସେନାରେ କାର୍ଯ୍ୟକରି ଅବସର ଗ୍ରହଣ କଲା ପରେ ଉମରକୋଟଠାରେ ନିଜସ୍ଵ ଉଦ୍ୟମରେ ଏକ ସନ୍ତରଣ ଜଳାଶୟ ପ୍ରତିଷ୍ଠା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧୪୪ ଛାତ୍ର ଛାତ୍ରୀଙ୍କ ସନ୍ତରଣ ତାଲିମ ପ୍ରଦାନ କରିଛନ୍ତି । ପ୍ରଶିକ୍ଷଣ ଶିବିରରେ ପ୍ରଥମ ପର୍ଯ୍ୟାୟରେ ସୋମବାରଠାରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ତିରିଶ ଜଣିଆ ଅଂଶଗ୍ରହଣକାରୀଙ୍କୁ ଓଡ୍ରାଫ୍ ଟିମ୍ ଦ୍ଵାରା ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହିପରି ୧୦ଟି ଦଳର ୩୦୦ ଅଂଶଗ୍ରହଣକାରୀଙ୍କୁ ଓଡ୍ରାଫ୍ ଟିମ୍ ଦ୍ଵାରା ପ୍ରଶିକ୍ଷଣ ପ୍ରଦାନ କରାଯିବ।
https://dashboard.thepublive.com/v2/posts/article/create#:~:text=Tags%20%3A-,Nabarangpur,-not%20present%20in
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/06/02/E4P8A8zgiWrCw6XfUsh5.jpg)