ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦ ଛୁଇଁଲା

ଭୁବନେଶ୍ବର : ଧୀରେ ଧୀରେ ରାଜ୍ୟରେ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଗତ ୩ମାସ ମଧ୍ୟରେ ୧୪୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ରାଜଧାନୀ ଆଖପାଖ ଜିଲ୍ଲାରେ ପ୍ରାୟ ସମସ୍ତ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ, ରାଜ୍ୟରେ ଏ ପର୍ଯ୍ୟନ୍ତ ୫୪୫ ନମୁନା ପରୀକ୍ଷା କରାଯାଇଥିବା ବେଳେ ତହିଁରେ ୧୪୦ଜଣ ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି। ଯଦିଓ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି। ଖୋର୍ଧା, ପୁରୀ ଓ ରାଜଧାନୀ ଅଞ୍ଚଳ ହିଁ ସ୍ବାଇନ୍ ଫ୍ଲୁର ମୁଖ୍ୟ କେନ୍ଦ୍ର ପାଲଟିଛି। ଯେଉଁ ବ୍ୟକ୍ତିମାନଙ୍କର ନିଶ୍ବାସ ପ୍ରଶାସରେ ସମସ୍ୟା ହେଉଛି ସେମାନଙ୍କର ଥ୍ରୋଟ୍ ସ୍ବାବ୍ ପରୀକ୍ଷା ପାଇଁ ପଠାଯାଉଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର