ରାଜ୍ୟରେ ବଢ଼ୁଛି ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା : ଗୋଟିଏ ଦିନରେ ୩ ସ୍ୱାଇନ୍ ଫ୍ଲୁ ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୩ ଜଣ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୬କୁ ବୃଦ୍ଧି ପାଇଛି। ତେବେ ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ରାଜଧାନୀର ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ‌ଥିବା କୁହାଯାଉଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସା‌ରେ, ଆଜି ୩ ଜଣ ସ୍ବାଇନ୍ ଫ୍ଲୁ ପଜିଟିଭ୍ ଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ମହିଳା ଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ପୁରୁଷ। ଚିହ୍ନଟ ସମସ୍ତ ଆକ୍ରାନ୍ତ ବୟସ୍କ ବ୍ୟକ୍ତି ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ରାଜଧାନୀରେ ହୋଇଥିବା ବେଳେ ଆଉ ଜଣେ କଟକର। ଗତକାଲି କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ଜଣେ ବ୍ୟକ୍ତି ସ୍ବାଇନ୍ ଫ୍ଲୁ ପଜିଟିଭ୍ ରହିଥିବା ସ୍ପଷ୍ଟ ହୋଇଥିଲା। ଚଳିତ ମାସର ଗତ ଦୁଇ ଦିନରେ ୪ଜଣ ବ୍ୟକ୍ତି ସ୍ବାଇନ୍ ଫ୍ଳୁରେ ଆକ୍ରାନ୍ତ ହୋଇଥିବା ବେଳେ ଗତ ମାସ ୨ଜଣ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିଲେ। ତେବେ ହଠାତ୍ ରାଜ୍ୟରେ ସ୍ବାଇନ୍ ଫ୍ଲୁ ରୋଗୀଙ୍କ ସଂଖ୍ୟାକୁ ଦିନକୁ ଦିନ ବୃଦ୍ଧି ପାଇବା ଲୋକଙ୍କ ମଧ୍ୟରେ ଚିନ୍ତାରେ ପକାଇଛି। ତେବେ ସ୍ବାଇନ୍ ଫ୍ଲୁକୁ ନେଇ ଆତଙ୍କିତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର