ବଢ଼ୁଛି ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା : ୨୦ ଦିନରେ ୧୨ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଏହି ସଂଖ୍ୟା ୧୩ରେ ପହଞ୍ଚିଛି। ଆଜି ଖୋର୍ଧା ଅଞ୍ଚଳର ଜଣେ ବ୍ୟକ୍ତି ଏଥିରେ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଗତ ଦେଢ଼ ମାସ ଭିତରେ ହିଁ ରାଜ୍ୟରେ ସମସ୍ତ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତେବେ ଚଳିତ ମାସ ବର୍ତ୍ତମାନ ସୁଦ୍ଧା ମୋଟ ୧୨ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଖୋର୍ଧା ଅଞ୍ଚଳର ଜଣେ ବୟସ୍କ ବ୍ୟକ୍ତି ଆଜି ସ୍ବାଇନ୍ ଫ୍ଲୁରେ ଚିହ୍ନଟ ହୋଇଛନ୍ତି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ଗତକାଲି ମଧ୍ୟ ରାଜଧାନୀରେ ରହୁଥିବା ଜଣେ ମହିଳା ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଥିଲା। ପ୍ରତ୍ୟେକ ଦିନ ଏକାଧିକ ବ୍ୟକ୍ତି ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତ ହେବା ଘଟଣା ଲୋକଙ୍କ ମନରେ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ହିଁ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି।
ଅପରପକ୍ଷରେ ଗତବର୍ଷ ରାଜ୍ୟରେ ସ୍ବାଇନ୍ ଫ୍ଲୁରେ ୨୦୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ତହିଁରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ ମସିହାରେ ମାତ୍ର ୩୩ ଜଣ ଆକ୍ରାନ୍ତ ହୋଇଥିଲେ ହେଁ ତହିଁରେ ୭ଜଣ ପ୍ରାଣ ହରାଇଥିଲେ।