କାୟା ମେଲାଉଛି ସ୍ବାଇନ୍ ଫ୍ଲୁ : ୨ମାସରେ ୮୨ ପଜିଟିଭ୍, ୩ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ସ୍ବାଇନ୍ ଫ୍ଲୁ ତାର କାୟା ମେଲାଇବାରେ ଲାଗିଛି। ଚଳିତବର୍ଷ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୮୨ ସ୍ବାଇନ୍ ଫ୍ଲ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏଥିରେ ୩ଜଣ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଶିଶୁ ରହିଛି। ଗତ ୬୫ ଦିନ ମଧ୍ୟରେ ରାଜ୍ୟରେ ପ୍ରାୟ ୩୪୬ ସ୍ବାବ୍ ନମୁନା ପରୀକ୍ଷା କରାଯାଇଛି। ଆଜି ମଧ୍ୟ ଗୋଟିଏ ସ୍ବାଇନ୍ ଫ୍ଲୁ ପଜିଟିଭ୍ ଚିହ୍ନଟ କରାଯାଇଛି। କିଛି ଆକ୍ରାନ୍ତଙ୍କୁ ବାଦ୍ ଦେଲେ ଅଧିକାଂଶ ରାଜଧାନୀର ଆଖପାଖ ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ଗତ କିଛିଦିନ ଧରି ରାଜ୍ୟରେ ସ୍ବାଇନ୍ ଫ୍ଲୁ ସଂଖ୍ୟା ଧୀରେ ଧୀରେ ବଢ଼ିବା ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର