ସୟଦ ଏକ୍ରାମ ହୁସେନ ରାଜ୍ୟ ଓ୍ଵାକଫ୍‌ ବୋର୍ଡ ଅଧ୍ୟକ୍ଷ

କଟକ : ଯୁବ ବିଜେଡି ନେତା ତଥା କଟକ ଜିଲ୍ଲା ସଂଖ୍ୟାଲଘୁ ସେଲ ସଭାପତି ସୟଦ ଏକ୍ରାମ ହୁସେନ ରାଜ୍ୟ ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଜି କଟକସ୍ଥିତ ରାଜ୍ୟ ଓ୍ଵାକଫ୍‌ ବୋର୍ଡ କାର୍ଯ୍ୟାଳୟରେ ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ସୟଦ ଏକ୍ରାମ ହୁସେନ ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଥିଲେ। ତାଙ୍କର ପ୍ରାର୍ଥୀପତ୍ରରେ କଣ୍ଟାବାଞ୍ଝି ବିଧାୟକ ଆୟୁବ ଖାଁ ପ୍ରସ୍ତାବକ ଏବଂ ଓ୍ଵାକଫ ବୋର୍ଡର ନିର୍ଦ୍ଦେଶକ ଅବଦୁଲ ଆହାଦ ସମର୍ଥକ ରହିଥିଲେ। ରାଜ୍ୟ ଅନୁସୂଚିତ ଜାତିଜନଜାତି ସଚିବ ନିର୍ବାଚନ ପରିଚାଳନା କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ଓ୍ଵାକଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ମୁସ୍ତାଫିଜ ଅହମ୍ମଦଙ୍କ ବିୟୋଗ ପରେ ଏହି ପଦବି କିଛି ଦିନ ହେବ ଖାଲି ପଡିଥିଲା। ସୟଦ ଏକ୍ରାମ ହୁସେନ ରାଜ୍ୟ ଓ୍ଵାକଫ ବୋର୍ଡ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ବିଜେଡି ସଂଖାଲଘୁ ସେଲ ରାଜ୍ୟ ସମ୍ପାଦକ ମହମ୍ମଦ ଆୟୁବ, ବିଜେଡି ନଗର ସଭାପତି ମଧୁସୂଦନ ସାହୁ, ସୟଦ ସତ୍ତାଉଲ ହୁସେନ, ଅବଦୁଲ ରଜାକ, ମହମ୍ମଦ ଗୁଲଫାମ, ସେକ ଗୋରା, ବିଜେଡି ସଂଖାଲଘୁ ସେଲ ଉପସଭାପତି ହାଜି ଶେଖ କମରୁଦ୍ଦିନ, ମହମ୍ମଦ ଆରିଫ ଫେମିଦ, ମହମ୍ମଦ କାଦିର, ମହମ୍ମଦ ହାସିମ, ଅବଦୁଲ କରିମ, ଅବଦୁଲ ରହେମାନ, ସୟଦ ସାଜିଦ ଅଲ୍ଲୀ, ସେକ ସିରାଜଉଲ୍ଲା, ଇମରାନ ଖାଁ, ସେକ ସବିର, ସେକ ବାସା, ସେକ ସରଫରାଜ, ମହମ୍ମଦ ରଫିକ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର