ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି; କମିଲା ୩୦ ପ୍ରତିଶତ ସିଲାବସ୍‌

ଭୁବନେଶ୍ୱର: କରୋନା ପାଇଁ ଚଳିତବର୍ଷ ୩୦ ପ୍ରତିଶତ ସିଲାବସ କମିଛି। କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ଶିକ୍ଷାଦାନ ପ୍ରଭାବିତ ହେବା ସହିତ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେବେ କେବେ ସ୍କୁଲ ଖୋଲିବ ସେ ନେଇ ଏଯାଏଁ କିଛି ସ୍ପଷ୍ଟ ସୂଚନା ଆସି ନାହିଁ। ତେବେ ପିଲାଙ୍କ ମୁଣ୍ଡରୁ ପାଠ ପଢା ବୋଝ ହ୍ରାସ କରିବା ପାଇଁ ସରକାର ୩୦ ପ୍ରତିଶତ ପାଠ୍ୟକ୍ରମ ବା ସିଲାବସ ହ୍ରାସ କରିଛନ୍ତି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦ପ୍ରତିଶତ ସିଲାବସ ହ୍ରାସ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ସୂଚନା ଦେଇଛନ୍ତି ।

ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀଙ୍କ କହିବାନୁସାରେ,୩ଟି କମିଟିର ସୁପାରିଶ ଆଧାରରେ ୩୦ ପ୍ରତିଶତ ସିଲାବସ ହ୍ରାସ କରାଯାଇଛି। ତେବେ ଏ ସଂପର୍କିତ ବିସ୍ତୃତ ତଥ୍ୟ ତଥା ନୂଆ ସିଲାବସ ଏସସିଇଆରଟି, ବିଏସଇ ଏବଂ ସିଏଚଏସଇ ୱେବସାଇଟରେ ଉପଲବ୍ଧ ହେବ। ଏହି ୱେବସାଇଟ ମାଧ୍ୟରେ ଛାତ୍ରଛାତ୍ରୀମାନେ ସିଲାବସ ସମ୍ପର୍କରେ ସବିଶେଷ ସୂଚନା ପାଇ ପାରିବେ।

ସମ୍ବନ୍ଧିତ ଖବର