ତଫରୁକ୍ ହୁସେନଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ସମା‌ଜସେବୀ ତଥା ଭୁବନେଶ୍ବର ବ୍ଳକର ପୂର୍ବତନ ଉପାଧ୍ୟକ୍ଷ ତଫରୁକ୍ ହୁସେନଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୩ ବର୍ଷ ହୋଇଥିଲା। କିଛି ଦିନ ଧରି ସେ ଗୁରୁତର ଅସୁସ୍ଥ ଥିଲେ। ଗତ ୧୦ ତାରିଖରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ମରଶରୀରକୁ ଯଦୁପୁରରେ କବର ଦିଆଯାଇଛି। ଏହି ଅବସରରେ ତାଙ୍କର ବଡ଼ ପୁଅ ପୂର୍ବତନ କର୍ପୋରେଟର ମୁଜାହିଦ ହୁସେନଙ୍କ ସମେତ ସଂପର୍କୀୟ ଉପସ୍ଥିତ ଥିଲେ।

ଛାତ୍ର ଜୀବନରୁ ରାଜନୀତିରେ ‌ଯୋଗଦେଇ ‌ସମାଜ ‌ସେବାରେ ସେ ନିଜକୁ ସାମିଲ କରିଥିଲେ। ସେ ଦୁଇ ଥର ସରପଞ୍ଚ ହେବା ସହିତ ଭୁବନେଶ୍ବର ବ୍ଲକର ଉପାଧ୍ୟକ୍ଷ ଏବଂ ଭୁବନେଶ୍ବର ପୌରସଂସ୍ଥାର କାଉନିସଲ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ସେ ବିଜୁ ପଟ୍ଟନାୟକ ଏବଂ ହରେକୃଷ୍ଣ ମହତାବଙ୍କର ଘନିଷ୍ଟ ସହଯୋଗୀ ଥିଲେ। ସେ ଅନେକ ସାମାଜିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ କ୍ରୀଡ଼ାନୁଷ୍ଠାନ ସହିତ ମଧ୍ୟ ସଂପୃକ୍ତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖୋର୍ଧା ଅଞ୍ଜୁମନ ଇସଲାମିଆର ସଭାପତି ରମଜାନ ଖାନ ଏବଂ ସାଧାରଣ ସଂପାଦକ ନସିମୁଦ୍ଦିନ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର