ଭିଜିଲାନ୍ସ ଜାଲରେ ତହସିଲ ଅଫିସ୍‌ର ମୁଖ୍ୟ କିରାଣି

ଦେବଗଡ଼: ୫ ହଜାର ଟଙ୍କା ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେବଗଡ଼ ଜିଲ୍ଲା ବାରକୋଟ ତହସିଲ ଅଫିସ୍‌ର ମୁଖ୍ୟ କିରାଣି ରାଜ କିଶୋର କାଲୋ ମଙ୍ଗଳବାର ସନ୍ଧ୍ୟାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନାନୁଯାୟୀ ଜଣେ ଅଭିଯୋଗକାରୀଙ୍କ ସପକ୍ଷରେ ଆର୍‌ଆର୍‌ ପ୍ରଦାନ କରିବା ପାଇଁ ତାଙ୍କଠାରୁ ମୁଖ୍ୟ କିରାଣି ଶ୍ରୀ କାଲୋ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସଂପୃକ୍ତ ଅଭିଯୋଗକାରୀ ଭିଜିଲାନ୍‌ସ ବିଭାଗରେ ଅଭିଯୋଗ କରିଥିଲେ।

ଭିଜିଲାନ୍ସ ବିଭାଗର ଯୋଜନାକ୍ରମେ ଅଭିଯୋଗକାରୀ ଶ୍ରୀ କାଲୋଙ୍କୁ ତାଙ୍କ କ୍ବାର୍ଟର୍ସରେ ଭେଟି ୫ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହି ସମୟରେ ସେଠାରେ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ କାଲୋଙ୍କୁ ଗିରଫ କରିବା ସହ ଟଙ୍କାତକ ଜବତ କରିଥିଲେ। ଏ ନେଇ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର