ଯୁବକଙ୍କୁ ମାଡ଼ ମାରି ହଟହଟା ହେଲେ ଗଞ୍ଜାମ ତହସିଲଦାର

ବ୍ରହ୍ମପୁର: ଯୁବକଙ୍କୁ ମାଡ଼ମାରି ହଟହଟା ହେଲେ ଗଞ୍ଜାମ ବ୍ଳକର ତହସିଲଦାର ଅରୁଣ କୁମାର ନାୟକ । ଆଜି ସକାଳୁ ଶିପାକୁଦା ଗ୍ରାମ ଦେଇ ତହସିଲଦାର ସରକାରୀ ଗାଡ଼ିରେ ଯାଉଥିଲେ । ଏହି ସମୟରେ ସେହି ଗ୍ରାମର ଜଣେ ଯୁବକ ଗାଡି ଧିରେ ଚଲାନ୍ତୁ ବୋଲି ହାତ ମାରି କହିଥିଲେ । ଏହାପରେ କିଛି ଦୂର ଚାଲିଯାଇଥିବା ତହସିଲଦାରଙ୍କ ଗାଡି ପୁଣି ପଛକୁ ଆସିଥିଲା ।

ପରେ ଯୁବକଙ୍କୁ ତହସିଲଦାର ପଚାରିଥିଲେ ଯେ ଗାଡିକୁ କାହିଁକି ଅଟକାଇଲୁ | ଯୁବକ ଜଣକ କହିଥିଲେ ଯେ ନିକଟରେ ଏକ ଗ୍ରାମ ରହିଛି ଓ ଏଠାରେ ଗାଡି ଧିରେ ଚଲାନ୍ତୁ । ତେବେ ଗାଡିକୁ କାହିଁକି ଅଟକାଇଲୁ କହି ତହସିଲଦାର ଉକ୍ତ ଯୁବକଙ୍କୁ ମାଡ଼ ମାରିଥିଲେ ।

ଏହାପରେ ସେହି ପାଖରେ ଥିବା ଗ୍ରାମବାସୀ ସଙ୍ଗେ ସଙ୍ଗେ ଗାଡ଼ିକୁ ଘେରିଯାଇଥିଲେ । ଆଉ ଗ୍ରାମବାସୀ ତହସିଲଦାରଙ୍କୁ ଯିବାକୁ ଦେଇନଥିଲେ | ପ୍ରାୟ ୩୦ ମିନିଟ ତହସିଲଦାର ହଟହଟା ହୋଇଥିବାବେଳେ ପୁଲିସ ପହଞ୍ଚିବା ପରେ ସେଠାରୁ ତହସିଲଦାରଙ୍କୁ ଗ୍ରାମବାସୀ ଛାଡିଥିଲେ |

ସମ୍ବନ୍ଧିତ ଖବର