ଭୁବନେଶ୍ୱର: ପେଟ୍ରୋଲିୟମ କ୍ଷେତ୍ରରେ ତାଇଓ୍ଵାନର ସିପିସି କର୍ପୋରେସନ୍ ସଂସ୍ଥା ରାଜ୍ୟରେ ୪୩ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିବ। ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବା କାଳରେ ତାଇଓ୍ଵାନ୍ ସିପିସି କର୍ପୋରେସନର ଚେୟାରମ୍ୟାନ ସୁନ ଚିନ୍ ଲି ଏହା କହିଛନ୍ତି। ତାଇଓ୍ଵାନର ଏହି ପ୍ରସ୍ତାବକୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପ ପ୍ରତିଷ୍ଟା ଦ୍ୱାରା ପାରଦୀପରେ ଅନ୍ୟ କ୍ଷୁଦ୍ର ସହାୟକ କାରଖାନା ଖୋଲିିବା ପାଇଁ ସୁଯୋଗ ମିଳିବ। ଏହି ପ୍ରକଳ୍ପର କାର୍ଯ୍ୟକାରୀତା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଟା ପାଇଁ ଯଥେଷ୍ଟ ସୁଯୋଗ ରହିଥିବା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶିଳ୍ପ ବିକାଶ ଯୋଜନା -୨୦୨୫ ଅନୁଯାୟୀ, କେମିକାଲ ଓ ପେଟ୍ରୋ ପ୍ରଡକ୍ଟ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏ କ୍ଷେତ୍ରରେ ବିକାଶ ପାଇଁ ଉତ୍ତମ ବ୍ୟବସାୟିିକ ପରିବେଶ, ଭିତ୍ତିଭୂମି ଓ ସୁଦକ୍ଷ ମାନବସମ୍ବଳ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶା- ତାଇଓ୍ଵାନ ମଧ୍ୟରେ ବ୍ୟବସାୟିିକ ସମ୍ପର୍କ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହି ବୈଠକରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଶିଳ୍ପ ସଚିବ ପ୍ରମୁଖ ଉପସ୍ଥିତ ଥଲେ।
ତାଇଓ୍ଵାନ ଓଡ଼ିଶାରେ ୪୩ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ
/sambad/media/post_attachments/wp-content/uploads/2018/08/Taiwaan-Odisha_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)