କଟକ : ରାଜ୍ୟରେ ଘରୋଇ ଇନ୍ଧନ ଗ୍ୟାସ ସିଲିଣ୍ଡର ଅପବ୍ୟବହାର ରୋକିବା ପାଇଁ ଦୃଢ ପଦକ୍ଷେପ ନେବାକୁ ଖାଦ୍ୟ, ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଳାର ଜିଲ୍ଲାପାଳ ମାନଙ୍କୁ ଚିଠି କରାଯାଇଛି। ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଏଲ୍ପିଜି ଗ୍ୟାସ ସିଲିଣ୍ଡରର ବ୍ୟାପକ ଅପବ୍ୟବହାର ହେଉଥିବା ଅଭିଯୋଗ ଆଧାରରେ ବିଭାଗର ଅତିରିକ୍ତ ସଚିବ ଗଲା ୧୭ ତାରିଖରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ମାନଙ୍କୁ ଚିଠି କରିଛନ୍ତି। ନିଜନିଜ ଜିଲ୍ଲାରେ ନିୟମିତ ଚଢଉ କରି ଅପବ୍ୟବହାର ରୋକିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଏ ପ୍ରକାର ଚଢଉ ପୂର୍ବରୁ ହୋଇ ଆସୁଥିଲେ ବି ଏଭଳି ବିଧିବଦ୍ଧ ଭାବେ ଲିଖିତ ନିର୍ଦ୍ଦେଶ ପ୍ରଥମ ଥର ପାଇଁ ଜାରି କରାଯାଇଥିବା କୁହାଯାଉଛି।
ସବୁ ଜିଲ୍ଲାପାଳଙ୍କୁ ଚିଠି: ଘରୋଇ ଗ୍ୟାସ୍ ସିଲିଣ୍ଡର ଅପବ୍ୟବହାର ରୋକିବାକୁ ଚଢଉ କର
/sambad/media/post_attachments/wp-content/uploads/2021/02/lpg-gas-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)