ରାୟଗଡ଼ା: ଗଜପତି ଜିଲ୍ଲା କାଶୀନଗର ରେଳ ଷ୍ଟେସନରେ ଆଜି ରାତି ପ୍ରାୟ ୧୦ଟାରେ ପୁରୀ-ଗୁଣପୁର ଏକ୍ସପ୍ରେସ୍ ଟ୍ରେନ୍ର ଗୋଟିଏ ଏସି ବଗିରେ ନିଆଁ ଲାଗିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ରେଳ ବିଭାଗ ପକ୍ଷରୁ ମରାମତି କାମ ଜାରି ରହିଛି। ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଆଜି ପୁରୀ-ଗୁଣପୁର ଏକ୍ସପ୍ରେସ୍ କାଶୀନଗର ଷ୍ଟେସନରେ ପହଞ୍ଚିଥିଲା। ଏହାପରେ ଷ୍ଟେସନ୍ରେ ଅଟକିଥିବା ଟ୍ରେନ୍ର ଗୋଟିଏ ଏସି ବଗିରେ ନିଆଁ ବ୍ୟାପିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଦେଖି ଯାତ୍ରୀ ଭୟଭୀତ ହୋଇ କୋଳାହଳ କରିଥିଲେ। ତୁରନ୍ତ ରେଳ ବିଭାଗ କର୍ମଚାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲାଗିପଡ଼ିଥିଲେ। କିଛି ମିନିଟ୍ର ପ୍ରୟାସ ପରେ ନିଆଁ ଲିଭିଥିଲା। ବିଭାଗୀୟ କର୍ମଚାରୀଙ୍କ ତ୍ବରିତ ପଦକ୍ଷେପ ବଡ଼ ଅଘଟଣକୁ ଟାଳି ଦେଇଥିବା କୁହାଯାଉଛି। ଚଳନ୍ତା ଟ୍ରେନ୍ରେ ନିଆଁ ଲାଗିଥିଲେ ବ୍ୟାପକ କ୍ଷୟକ୍ଷତି ହୋଇଥାନ୍ତା ବୋଲି ମତ ପ୍ରକାଶ ପାଇଛି। ଖବର ଲେଖାଯିବା ସୁଦ୍ଧା କ୍ଷତିଗ୍ରସ୍ତ ଏସି ବଗିର ମରାମତି ଚାଲିଥିଲା।
ପୁରୀ-ଗୁଣପୁର ଏକ୍ସପ୍ରେସ୍ରେ ନିଆଁ
/sambad/media/post_attachments/wp-content/uploads/2024/04/fshshsfshfsfh.jpg)