ତାଳଚେର ସାର କାରଖାନା ନେଇ ସମୀକ୍ଷା ବୈଠକ

ଭୁବନେଶ୍ବର: ତାଳଚେର ସାର କାରଖାନାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ। ଏଥିରେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ତଥା ସାର ବିଭାଗ ଏବଂ ତାଳଚେର ସାର କାରଖାନାର ଅଧିକାରୀମାନେ ଯୋଗ ଦେଇଥିଲେ। ଏହି କାରଖାନା କାର୍ଯ୍ୟକ୍ଷମ ହେଲେ ଏହା ଭାରତର ପ୍ରାକୃତିକ ଗ୍ୟାସ୍ ଆମଦାନୀକୁ ହ୍ରାସ କରିବ ଏବଂ ଭାରତକୁ ଗ୍ୟାସ୍ ଓ ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର