ତାଳଚେର : ତାଳଚେର ସହରକୁ ଚାରିଆଡୁ ବିପଦ ଘେରି ରହିଛି। ଜନବସତିର ଭୂଗର୍ଭ ଫମ୍ପା ଥିବାବେଳେ ଭୂପୃଷ୍ଠରେ ବାୟୁ ପ୍ରଦୂଷଣ ଲୋକଙ୍କୁ ହନ୍ତସନ୍ତ କରୁଛି। ପରିସ୍ଥିତି ଏଭଳି ଥିବା ବେଳେ ସମଗ୍ର ଅଞ୍ଚଳ ଭୂକମ୍ପ ପ୍ରବଣ ବଳୟରେ ଆସିଥିବାରୁ କିଭଳି ଏହି ବିପଦରୁ ମୁକୁଳିବେ ସେ ଚିନ୍ତା ଏବେ ତାଳଚେରବାସୀଙ୍କୁ ଘାରିଛି।
ପ୍ରକାଶ ଯେ, ସହର ମଧୢରେ ଥିବା ଦେଉଳବେଡ଼ା କୋଇଲା ଖଣିରୁ କୋଇଲା ଉତ୍ତୋଳନ ପରେ ଭୂପୃଷ୍ଠକୁ ଟେକି ଧରିବା ପାଇଁ ଖଣି ଭିତରେ ଛାଡି ଦିଆଯାଇଛି କିଛି କୋଇଲା ଖମ୍ବ। ଫଳରେ ମାତ୍ର କେତୋଟି କୋଇଲା ଖଣ୍ତ ଉପରେ ତାଳଚେର ଭୂପୃଷ୍ଠ ଝୁଲି ରହିଛି। ମାଟି ଭିତରେ ଭୂଗର୍ଭ ଖଣିର ପରିସୀମା ପୂର୍ବ-ପଶ୍ଚିମ ଦିଗରେ ସାଢେ଼ ୪ କିଲୋମିଟର ଓ ଉତ୍ତର-ଦକ୍ଷିଣକୁ ୨.୧ କିଲୋମିଟର ଅ˚ଚଳକୁ ବ୍ୟାପିଛି। ଭୂଗର୍ଭ ଖଣିରୁ କୋଇଲା ଉତ୍ତୋଳନ ପରେ ଖାଲି ସ୍ଥାନରେ ପର୍ଯ୍ୟାପ୍ତ ବାଲି ଭର୍ତି କରାଯାଇନଥିବା କୁହାଯାଉଛି। ଫଳରେ ତାଳଚେର ସହରର ସ୍ଥାୟିତ୍ବ ନେଇ ଅନିଶ୍ଚିତତା ଦେଖାଦେଇଛି। ଝାଡ଼ଖଣ୍ତ ଧାନବାଦସ୍ଥିତ ସେଣ୍ଟ୍ରାଲ ମାଇନି˚ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟର ବିଶେଷଜ୍ଞମାନେ ଅତିତରେ ଏହି ଅଞ୍ଚଳର ସମୀକ୍ଷା କରି ଏଠାରେ ନିର୍ମାଣ କାର୍ଯ୍ୟ ନ କରିବାକୁ ଖଣି ସୁରକ୍ଷା ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି। ଖଣି ସୁରକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପତ୍ର ନ˚ ୦୧୦୬୮୧/ବିଡିଏଚ/ସିଓ-୧/ୟୁଡବ୍ଲୁ/୦୬/୧୫୭୫-୭୬ ମାଧୢମରେ ଜିଲ୍ଲା ପ୍ରଶାସନକୁ ସମସ୍ୟା ସ˚ପର୍କରେ ଅବଗତ କରାଯାଇଛି। ଭୂଗର୍ଭ ସ୍ଥିତି ଏଭଳି ବିପଦପୂର୍ଣ୍ଣ ଥିବାବେଳେ ଭୂପୃଷ୍ଠରେ ବିଷ ଗିଳୁଛନ୍ତି ତାଳଚେରବାସୀ।
ତାଳଚେର ସହର ଓ ଏହାରଆଖପାଖ ଅଞ୍ଚଳର ବାୟୁମଣ୍ତଳ ପ୍ରଦୂଷଣର ସୀମା ଲ˚ଘନ କରିଛି। ଖଣି ରାସ୍ତା, ଜାତୀୟ ରାଜପଥ ଓ ଅ˚ଚଳରେ ଥିବା କୋଇଲା ଖଣି, ତାପଜ ବିଦ୍ୟୁତ କେନ୍ଦ୍ର ଗୁଡିକ ଆର୍ଥିକ ପ୍ରଗତିର କାରଣ ସାଜିଥିବା ବେଳେ ଅନ୍ୟ ପକ୍ଷରେ ଏମାନେ ହିଁ ତାଳଚେରବାସୀଙ୍କ ମୁଣ୍ତବ୍ୟଥାର କାରଣ ପାଲଟିଛନ୍ତି। ଆନ୍ତର୍ଜାତିକ ସ˚ସ୍ଥା ଗ୍ରିନପିସ୍ ପକ୍ଷରୁ ସଦ୍ୟ ପ୍ରକାଶିତ ତାଲିକାରେ ବିଶ୍ବର ସର୍ବାଧିକ ପ୍ରଦୂଷିତ ସହରମାନଙ୍କ ମଧୢରେ ତାଳଚେରର ନାମ ରହିଛି। ସେହିପରି କୋଲ ଇଣ୍ତିଆର ଏକ ସହଯୋଗୀ ସ˚ସ୍ଥା ସେଣ୍ଟ୍ରାଲ୍ ମାଇନି˚ ପ୍ଲାନି˚ ଆଣ୍ଡ ଡିଜାଇନି˚ ଇନ୍ଷ୍ଟିଚ୍ୟୁଟ (ସିଏମପିଡିଆଇ) ପକ୍ଷରୁ ଏ ଅଞ୍ଚଳର ବାୟୁ ପ୍ରଦୂଷଣର ମାତ୍ରା ମାପିବା ପରେ ଏହାର ରିପୋର୍ଟ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ଦିଆଯାଇଛି। ତାଳଚେର ପୌରାଞ୍ଚଳର ମଣ୍ତାପାଳ ଡାକ୍ତରଖାନା, ଲିଙ୍ଗରାଜ ପ୍ରବନ୍ଧକ କାର୍ଯ୍ୟାଳୟ, ଖଣି ରାସ୍ତା ଓ ପୌରାଞ୍ଚଳ ନିକଟ ଡେରା ପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ପ୍ରଦୂଷଣ ମାପକ ଯନ୍ତ୍ର ବସାଯାଇ ପ୍ରଦୂଷଣ ମାତ୍ରା ରେକର୍ଡ କରାଯାଇଥିଲା। ସ୍ବାଭାବିକ ଜୀବନଧାରଣ ପାଇଁ ବାୟୁମଣ୍ତଳରେ ପିଏମ ୨.୫ର ପରିମାଣ ୩୫ -୪୦ ମାଇକ୍ରୋ ଗ୍ରାମ ହୋଇଥିବା ବେଳେ ପିଏମ ୧୦ର ଅନୁମୋଦିତ ହାର ୬୦-୭୦ ମାଇକ୍ରୋ ଗ୍ରାମ ଅଟେ। ତେବେ ଚିତ୍ରରେ ଦର୍ଶାଯାଇଥିବା ତାଲିକାରୁ ତାଳଚେର ସହରର ବାୟୁମଣ୍ତଳରେ ପ୍ରଦୂଷଣର ଭୟାବହତା ସ˚ପର୍କରେ ସହଜରେ ଅନୁମାନ ଲଗାଯାଇପାରେ।
ସହରବାସୀଙ୍କ ଆଖି, ନାକ, ଗଳା, ଫୁସଫୁସ ସ˚କ୍ରମିତ ହେବା, ନାକରୁ ପାଣି ବହିବା, ସର୍ଦି ଲାଗି ରହିବା, ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ଭଳି ଲକ୍ଷଣ ସାଧାରଣ ସମସ୍ୟାରେ ପରିଣତ ହୋଇସାରିଛି। ଉଭୟ ଭୂଗର୍ଭ ଓ ଭୂପୃଷ୍ଠ ତାଳଚେରବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଥିବା ବେଳେ ଏବେ ସମଗ୍ର ଅଞ୍ଚଳ ଭୂକମ୍ପ ପ୍ରବଣ ବଳୟରେ ଆସିବା ଖବର ତାଳଚେରବାସୀଙ୍କ ନିଦ ହଜାଇ ଦେଇଛି। ସର୍ଭେ ଅଫ ଇଣ୍ତିଆ, ଜିଓଲୋଜିକାଲ ସର୍ଭେ ଅଫ ଇଣ୍ତିଆ, ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କତ୍ତୃର୍ପକ୍ଷ ଓ ଆଇଆଇଟି ଖଡ଼ଗପୁରର ବିଶେଷଜ୍ଞଙ୍କ ଅନୁଧୢାନ ଅନୁଯାୟୀ, ବ୍ରାହ୍ମଣୀ ଉପତ୍ୟକାର ଏହି ଅଞ୍ଚଳ ଅଧିକ ଭୂମିକମ୍ପ ପ୍ରବଣ ବୋଲି ଜଣାପଡିଛି। ଏହାର ଭୟଙ୍କର ସ୍ବରୂପ କେତେବେଳେ ଓ କିଭଳି ଭାବେ ପ୍ରକାଶ ପାଇବ, ସେ ସ˚ପର୍କରେ ସଠିକ ଆକଳନ କରିବା ଅସମ୍ଭବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଉତ୍ତୋଳିତ ଖଣିର ଗାତ ସବୁ ବୈଜ୍ଞାନିକ ପଦ୍ଧତିରେ ବର୍ଷ ବର୍ଷ ଧରି ପୋତା ଯାଉନାହିଁ। ଫଳରେ ଖଣି ଅ˚ଚଳଗୁଡିକ ଅଧିକ ଭୂକମ୍ପ ପ୍ରବଣ ହେଉଛି ବୋଲି ରିପୋର୍ଟରେ କୁହାଯାଇଛି। ଉପରୋକ୍ତ ତିନୋଟି ସମସ୍ୟାକୁ ଅନୁଭବ କରିବା ପରେ ଏବେ ତାଳଚେରବାସୀ କି˚କର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/tal.jpg)