‌ଶ୍ରୀମନ୍ଦିର ସାମ୍ନାରେ ଲାଗିଲା ବଡ଼ଭାଇଙ୍କ ତାଳଧ୍ବଜ ଓ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ

ପୁରୀ: ଶ୍ରୀମନ୍ଦିର ସାମ୍ନାରେ ଲାଗିଲା ବଡଠାକୁରଙ୍କ ରଥ । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣି ଆଣିଲେ ସେବାୟତ । ଗୁଣ୍ଡିଚା ମନ୍ଦିରରୁ ପ୍ରଥମେ ଗଡିଥିଲା ବଳଭଦ୍ରଙ୍କ ରଥ । ବଳଭଦ୍ରଙ୍କ ରଥ ପଛେ ପଛେ ଶ୍ରୀମନ୍ଦିର ସମ୍ମୁଖରେ ହଳଦୀମୁହିଁ ସୁଭଦ୍ରାଙ୍କ ରଥ ବି ପହଞ୍ଚି ସାରିଛି । ପଛେ ପଛେ ଆସୁଛି କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ।

ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ମହାବାହୁ । ନବଦିନାତ୍ମକ ଲୀଳାଖେଳା ସାରି ଫେରୁଛନ୍ତି ଶ୍ରୀଜିଉ । ବାହୁଡା ଯାତ୍ରା ସମୟରେ ପୁରୀରେ ବର୍ଷା ହେଉଛି । ତିନି ରଥଙ୍କୁ ଆନନ୍ଦରେ ଟାଣି ନେଉଛନ୍ତି ସେବାୟତମାନେ । ଏହି ସମୟରେ ବଡଦାଣ୍ଡରେ କୋଭିଡ କଟକଣା ଜାରି ରହିଛି ।

ସମ୍ବନ୍ଧିତ ଖବର