ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ: କିଛି ମିଳିଲା, କିଛି ରହିଗଲା

ଦେବଗଡ଼ : ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ଯୋଜନା ହେବାର ବହୁବର୍ଷ ବିତିଯାଇଥିଲେ ସୁଦ୍ଧା ଏହା ଏବେ ବି ଜିଲ୍ଲାବାସୀଙ୍କ ପାଇଁ ସ୍ବପ୍ନ ହୋଇରହିଛି। ଉକ୍ତ ରେଳପଥ ଯୋଜନା ଏଯାଏଁ ପୂର୍ଣ୍ଣାଙ୍ଗ ରୂପ ନେଇପାରିନି। ଯେମିତିକି, ଏହି ପ୍ରକଳ୍ପ ପାଇଁ କିଛି ମିଳିଛି ଆଉ କିଛି ରହିଯାଇଛି।

ଚଳିତ ରେଳ ବଜେଟ୍‌ରେ ତାଳଚେର-ବିମଳାଗଡ଼ ରେଳପଥର ୧୫୪ କିମି ପାଇଁ ୨୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ଦେବଗଡ଼ ଦେଇ ଯିବାକୁ ଥିବା ତାଳଚେର-ବିମଳାଗଡ଼ ରେଳପଥର କାର୍ଯ୍ୟ ତୁରନ୍ତ ସମାପ୍ତ କରିବା ସହିତ ଦେବଗଡ଼, କୁଚିଣ୍ଡା, ଭୋଜପୁର, ତିଳେଇବଣି, ବାରକୋଟ ଦେଇ ଝାରସୁଗୁଡା-ପାରଦୀପ ଏବଂ ଧାମରା ବନ୍ଦରକୁ ପ୍ରସ୍ତାବିତ ରେଳପଥ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଅଞ୍ଚଳବାସୀଙ୍କ ସମେତ ସମ୍ବଲପୁର ସାଂସଦ, ଦେବଗଡ଼ ବିଧାୟକ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ଚଳିତ ବଜେଟରେ ଉକ୍ତ ପ୍ରକଳ୍ପର ସ୍ଥାନ ପାଇ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଦେବଗଡ଼ ଜିଲ୍ଲା ଦେଇ ଯିବାକୁ ଥିବା ତାଳଚେର-ବିମଳାଗଡ ରେଳପଥର କାର୍ଯ୍ୟ ତୁରନ୍ତ ଶେଷ କରିବା ସହିତ ଦେବଗଡ, କୁଚିଣ୍ଡା, ଭୋଜପୁର, ତିଳେଇବଣି, ବାରକୋଟ ଦେଇ ଝାରସୁଗୁଡ଼ା ପାରାଦୀପ ଏବଂ ଧାମରା ବନ୍ଦରକୁ ପ୍ରସ୍ତାବିତ ରେଳପଥର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ନିକଟରେ ଅଞ୍ଚଳବାସୀ ଦାବିପତ୍ର ପ୍ରଦାନ କରିଥିଲେ। ବଜେଟରେ ଏହି ରେଳପଥ ପ୍ରକଳ୍ପ ସ୍ଥାନ ପାଇବ ବୋଲି ଆଶା ରଖିଥିଲେ। ବଜେଟରେ ଏହା ସ୍ଥାନ ପାଇନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ତାଳଚେର- ବିମଳାଗଡ଼ ରେଳ ଲାଇନ ଲାଗି ଜମି ଅଧିଗ୍ରହଣ ବିଳମ୍ବ ହେଉଥିବାରୁ କାମ ଆଗକୁ ଯାଇ ପାରୁନାହିଁ। ଜମି ଅଧିଗ୍ରହଣ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର