ଅନୁଗୁଳ, (ରତ୍ନାକର ଭୋଇ): ଗୋଷ୍ଠୀ ବିବାଦ ତାଳଚେର ବିଧାନସଭା ଆସନରେ ସବୁ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ େହଲାଣି। ବିବାଦକୁ ଯିଏ ତୁଟାଇ ପାରିବ, ଅସନ୍ତୁଷ୍ଟଙ୍କୁ ନିଜ ଆଡକୁ ଟାଣିବ, ତା ପାଇଁ ଏହି ଆସନ ସହଜ େହବ େବାଲି ଏବେଠାରୁ ରାଜନୈତିକ ମହଲ ପୂର୍ବାନୁମାନ କଲେଣି।
୨୦୦୯ରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ତାଳଚେର ବିଧାୟକ ହୋଇଥିଲେ ବ୍ରଜକିଶୋର ପ୍ରଧାନ। ୨୦୧୪ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇଥିଲେ ଓ ସେ ଜିତିଥିଲେ। ତାଙ୍କୁ ୫୬,୪୬୫ ଖଣ୍ତ ଭୋଟ ମିଳିଥିଲା ବେଳେ ବିଜେପିର କାଳନ୍ଦି ସାମଲ ୪୨,୧୪୩ ଖଣ୍ଡ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ୧୪,୩୯୬ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହୋଇଥିଲେ କ˚ଗ୍ରେସ ପ୍ରାର୍ଥୀ ସସ୍ମିତା ବେହେରା।
ପଞ୍ଚାୟତ ନିର୍ବାଚନରେ ବିଜେପିକୁ ନିର୍ବାଚନମଣ୍ଡଳୀରେ ସମର୍ଥନ ମିଳିଥିଲା। ଏହି ବିଧାନସଭା କ୍ଷେତ୍ର ଅର୍ନ୍ତଗତ ୫ଟି ଜିଲ୍ଲା ପରିଷଦ ଜୋନ୍ରୁ ୪ଟି ବିଜେପି ଅକ୍ତିଆର କରିଥିଲା। ବିଜେଡି ମାତ୍ର ଗୋଟିଏ ଆସନରେ ଅଟକିଯାଇଥିଲା। ତାଳଚେର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ବି ବିଜେପି ଖାତାକୁ ଯାଇଥିଲା।
ହ୍ୟାଟ୍ରିକ ମାରିବା ଲକ୍ଷ୍ୟରେ କିନ୍ତୁ ବ୍ରଜକିଶୋର ଅଛନ୍ତି। ସାଂଗଠନିକ ଶକ୍ତି ବୃଦ୍ଧି ନିମନ୍ତେ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ନିକଟରେ ଅନୁଗୁଳ ଜିିଲ୍ଲା ବିଜେଡି କୃଷକ ଶାଖାର ଦାୟିତ୍ବ ଦେଇଛି। କେତେକ କାରଣରୁ ବ୍ରଜକିଶୋର ବିବାଦରେ ଅଛନ୍ତି। ସେହିଭଳି ସାଂସଦଙ୍କ ସମର୍ଥକ ଗୋଷ୍ଠୀ ସହିତ ବ୍ରଜକିଶୋରଙ୍କ ଭଲ ସଂପର୍କ ନାହିଁ। ଏହାକୁ ଲକ୍ଷ୍ୟ ରଖି ତାଳଚେରର ପୂର୍ବତନ ବିିଧାୟକ ତଥା ବର୍ତ୍ତମାନର ପାଳଲହଡ଼ା ବିଧାୟକ ମହେଶ ସାହୁଙ୍କ ଦୃଢ଼ ସମର୍ଥକ ମନୋଜ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରୀତା ଦାସ, ସାଂସଦଙ୍କ ପ୍ରତିନିଧି ଗଦାଧର ସାହୁ ପ୍ରମୁଖ ନିର୍ବାଚନୀ ଦୌଡ଼ରେ ସାମିଲ େହାଇଛନ୍ତି।
ଶାସକ ବିଜେଡି ଭଳି ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବି ଗୋଷ୍ଠୀ କନ୍ଦଳରୁ ମୁକ୍ତ ନାହିଁ। କାଳନ୍ଦୀ ସାମଲ ଏଥର ମଧ୍ୟ ବିଜେପିର ପ୍ରାର୍ଥୀ ଦୌଡରେ ଅଛନ୍ତି। ତାଙ୍କ ବ୍ୟତୀତ ବିଜେପି ଜିଲ୍ଲା ଉପସଭାପତି ତଥା ଅନୁଗୁଳ ପ୍ରଭାରୀ ଯଯାତି ପଟ୍ଟନାୟକ, ବିରଞ୍ଚି ସାହୁ ମଧ୍ୟ ଦଳୀୟ ଟିକେଟ ଆଶାୟୀ। ତାଳଚେର ଆଗରୁ ବିଜେପିର ଦୁର୍ଗ ଥିଲା। ଏହି ଦୁର୍ଗକୁ ପୁଣି ଅକ୍ତିଆର କରିବା ପାଇଁ ଅନ୍ୟ ଦଳର କର୍ମୀଙ୍କୁ ବିଜେପିରେ ସାମିଲ କରାଯାଉଛି। ତେବେ ନୂଆ କର୍ମୀ ଓ ପୁରୁଣାଙ୍କ ମନର ମିଳନ ହୋଇନପାରିବା ଦଳ ପାଇଁ ଆଉ ଏକ ସମସ୍ୟା ଛିଡ଼ା କରିଛି।
ଅପରପକ୍ଷରେ ଓଡ଼ିଶା ପ୍ରଦେଶ କଂଗ୍ରେସର ନେତୃତ୍ବ ପରିବର୍ତ୍ତନ ଏବଂ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ଯୋଗୁଁ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। କଂଗ୍ରେସର କେଶବ ଭୁତିଆ, ସୁରେଶ ବେହେରା, ବିଷ୍ଣୁ ମୋହନ ରଥ, ପ୍ରଫୁଲ୍ଲ ଦାଶ, ଦିଗାମ୍ବର ଗଡ଼ନାୟକ ପ୍ରମୁଖ ଟିକେଟ ଦୌଡ଼ରେ ରହିଛନ୍ତି। ଗୋଷ୍ଠୀ ବିବାଦ କାରଣରୁ କଂଗ୍ରେସ ପ୍ରାର୍ଥୀଙ୍କୁ ବି ବିରୋଧୀ ଗୋଷ୍ଠୀର ଅସନ୍ତୋଷର ଶିକାର ହେବାକୁ ପଡ଼ିପାରେ। ଅତଏବ ଗୋଷ୍ଠୀ ବିବାଦ ଏଥର ସବୁ ଦଳର ପ୍ରାର୍ଥୀଙ୍କ ପାଇଁ ଘାତକ ହେବ।
୨୦୧୪ ନିର୍ବାଚନ ଫଳାଫଳ
ଦଳ ପ୍ରମୁଖ ପ୍ରାର୍ଥୀ ଭୋଟ
ବିଜେଡି ବ୍ରଜକିଶୋର ପ୍ରଧାନ ୫୬,୪୬୫
ବିଜେପି କାଳନ୍ଦୀ ସାମଲ ୪୨,୧୪୩
କଂଗ୍ରେସ ସସ୍ମିତା ବେହେରା ୧୪,୩୯୬
ନୋଟା ... ୮୮୨
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/talcher.jpg)