ଏବର୍ଷ ତାଳଚେରରେ ହେବ ନାହିଁ ପ୍ରସିଦ୍ଧ ଗଣେଶ ପୂଜା, ରୋକ୍ ଲଗାଇଲା ପ୍ରଶାସନ

ତାଳଚେର: ଓଡ଼ିଶାରେ ଏଭଳି କିଛି ସହର ଅଛି ଯେଉଁଠାରେ ଗଣେଶ ପୂଜା ଧୁମଧାମରେ ପାଳିତ ହୋଇଥାଏ। ଏଭଳି ଏକ ସହର ହେଲା ତାଳଚେର। ଚଳିତ ବର୍ଷ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଉପରେ କିନ୍ତୁ ରୋକ୍ ଲାଗିଛି । କୋଭିଡ ୧୯ର ଭୟାବହତାକୁ ନଜରରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ପୂଜା ଉପରେ ରୋକ୍ ଲଗାଇଛନ୍ତି ଉପଜିଲ୍ଲାପାଳ । ସରକାରୀ କିଂବା ବେସରକାରୀ ଅନୁଷ୍ଠାନରେ ସାମୁହିକ ପୂଜା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମା ଜାରି ହୋଇଛି । ପ୍ରତିବର୍ଷ ତାଳଚେରରେ ୭୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇଥାନ୍ତି ପ୍ରଭୁ ଗଜାନନ ।

ଚଳିତ ବର୍ଷ ତାଳଚେରରେ କୌଣସି ସର୍ବସାଧାରଣ ସ୍ଥାନ, ମଣ୍ଡପ, କୌଣସି ସରକାରୀ କିଂବା ବେସରକାରୀ ଅନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଅନୁଷ୍ଠିତ ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଛି । ତାଳଚେର ଉପଜିଲ୍ଲାପାଳଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପ୍ରଶାସନର ଏହି କଟକଣାକୁ ଅବମାନନା କରି ପୂଜା ଆୟୋଜନ କଲେ କୋଭିଡ୍ ନିୟମ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

image source-youtube

ସୂଚନାଯୋଗ୍ୟ, କମିସନ୍‌ରେଟ ପୁଲିସ ଭୁବନେଶ୍ବର ଓ କଟକରେ ସାମୂହିକ ଗଣେଶ ପୂଜା ପାଳନ ଉପରେ ରୋକ ଲଗାଇଛନ୍ତି। କମିସନରେଟ୍ ପୁଲିସ ପକ୍ଷରୁ ଟୁଇଟ୍ କରାଯାଇ ଏହି ସୂଚନା ଦିଆଯାଇଛି। ଏହା ଫଳରେ ପୂଜା ମଣ୍ଡପମାନଙ୍କରେ ଗଣେଶ ପୂଜା ହୋଇପାରିବ ନାହିଁ । ଏପରିକି ମୁମ୍ବାଇରେ ପ୍ରତିବର୍ଷ ଧୁମ୍‌ଧାମ୍‌ରେ ପାଳନ ହେଉଥିବା ଗଣପତି ଉତ୍ସବ ଚଳିତ ବର୍ଷ ଅନୁଷ୍ଠିତ ହେବନାହିଁ ବୋଲି କମିସନରେଟ୍ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର