ସିଝୁଛି ସାରା ରାଜ୍ୟ, ତାଳଚେର ତାପମାତ୍ରା ୪୬ ଡିଗ୍ରୀ ଟପିଲା

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି ହେଉଛି । ଆଜି ପ୍ରଥମ ଥର ପାଇଁ ତାପମାତ୍ରା ୪୬ ଡିଗ୍ରୀ ଟପିଛି । ଏହି ତାପମାତ୍ରା ତାଳଚେରରେ ରେକର୍ଡ କରାଯାଇଛି । ଏହି ସହରର ତାପମାତ୍ରା ୪୬.୩ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତେବେ ଆଗାମୀ ୨-୩ ତାାରିଖ ବେଳକୁ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । କାରଣ ଏହି ସମୟ ବେଳକୁ ଓଡ଼ିଶାର ଉପକୂଳ ଓ ଦକ୍ଷିଣାଞ୍ଚଳରେ ସାମୁଦ୍ରିକ ବାତ୍ୟା ଫୋନିର ପ୍ରଭାବରୁ ବର୍ଷା ହେବ ।

ଆଜି ଟିଟିଲାଗଡ଼ରେ ୪୪.୫, ଝାରସୁଗୁଡ଼ାରେ ୪୩.୨, ଅନୁଗୋଳରେ ୪୩.୧, ସମ୍ବଲପୁର ଓ ବଲାଙ୍ଗିରରେ ୪୩ ଡିଗ୍ରୀ, ଭବାନୀପାଟଣାରେ ୪୨.୫, ହୀରାକୁଦରେ ୪୧.୯, ସୋନପୁରରେ ୪୧.୬, ମାଲକାନଗିରିରେ ୪୧.୫, ସୁନ୍ଦରଗଡ଼ରେ ୪୧, କେନ୍ଦୁଝରରେ ୪୦.୬, ଚାନ୍ଦବାଲିରେ ୪୦.୫ ଓ ଭୁବନେଶ୍ୱର ତାପମାତ୍ରା ୩୮.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର