ପୁରୀ: ଶ୍ରୀବିଗ୍ରହଙ୍କ ରଥର ନାମ ଯେପରି ଭିନ୍ନ, ରଥରେ ବିରାଜମାନ କରୁଥିବା ଦେବତା ଓ ପାର୍ଶ୍ବ ଦେବଦେବୀ ମଧ୍ୟ ଭିନ୍ନ। ଶ୍ରୀଜଗନ୍ନାଥଙ୍କ ଭଳି ଶ୍ରୀବଳଭଦ୍ରଙ୍କ ରଥର ସ୍ବତନ୍ତ୍ର ନାମ ରହିଛି। ଶ୍ରୀବଳଭଦ୍ରଙ୍କ ରଥର ନାମ ତାଳଧ୍ବଜ। ଏହାକୁ ଦେବତାମାନେ ତାଳବନରେ ପ୍ରଦାନ କରିଥିଲେ ବୋଲି ବିଦିତ ରହିଛି। ଏହାର ଉଚ୍ଚତା ୩୨ ହାତ ୧୦ ଆଙ୍ଗୁଳି। ଉଲ୍ଲେଖ ରହିଛି ୭୬୩ ଖଣ୍ଡ କାଠ ଏହି ରଥର ନିର୍ମାଣରେ ବିନିଯୋଗ ହୁଏ। ରଥର ଚକ ସଂଖ୍ୟା ୧୪। ରଥର ରକ୍ଷକ ସ୍ବୟଂ ବାସୁଦେବ। ଆୟୁଧ ହେଉଛି ହଳ ଓ ମୂଶଳ।
ରଥର ଆବରଣ ରକ୍ତ ନୀଳ। ରଥର ଶିରରେ ଅନନ୍ତ ନାଗ ରହିଥାଆନ୍ତି। ରଥର ପାର୍ଶ୍ବ ଦେବଦେବୀମାନେ ହେଲେ ପ୍ରଣମାରୀ, ଗଦାନ୍ତକାରୀ, ହରିହର, ତ୍ରୈମୂକ, ବାସୁଦେବ, ନାଟାମ୍ବର, ଅଘୋର, ତ୍ରିପୁରାନ୍ତକ ଶିବ। ସାରଥିଙ୍କ ନାମ ମାତଳି। ରଥର ରକ୍ଷକ ହେଲେ ଭାସ୍କର। ଅଶ୍ବମାନେ ହେଲେ ତୀବ୍ର, ଘୋର, ଦୀର୍ଘ, ଶ୍ରମ ଓ ସ୍ବର୍ଣ୍ଣନାଭ। ରଥ ଦଉଡ଼ିର ନାମ ହେଉଛି ବାସୁକୀ। ରଥର ଦେବତା ବ୍ରହ୍ମା ଓ ଶିବ। ରଥର ଭୈରବ ହେଲେ କ୍ଷେତ୍ରପାଳ। ଗନ୍ଧର୍ବଙ୍କ ନାମ ହୁହୁ। ଗର୍ଭାଧୀଶ୍ବର ଶକ୍ତି ହେଲେ ତୁଙ୍ଗା, ତୁଙ୍ଗଭଦ୍ରା, ପ୍ରଭା, ସୁପ୍ରଭା,ଧାତ୍ରୀ, ବିଧାତ୍ରୀ, ନନ୍ଦା ଓ ସୁନନ୍ଦା। ଋଷିପଟାରେ ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, ଅଗନ୍ତି, କୃଷ୍ଣ, ମୁଦଗଲ, ଆତ୍ରେୟ ଓ କାଶ୍ୟପ। ରଥ କୁମ୍ଭର ନାମ ଭୂବନ, ବିମ୍ବ, ପୃଥିବୀ, ଚକ୍ରାୟୁଧ, ହୁଁ ବୀଜ। ରଥର ଦ୍ବାରପାଳ ହେଲେ ନନ୍ଦା ଓ ସୁନନ୍ଦା। କେତେକ କ୍ଷେତ୍ରରେ ରଥର ଦ୍ବାରପାଳ ଜୟ ବିଜୟ ବୋଲି ମଧ୍ୟ କୁହାଯାଏ। ରଥର ନେତର ନାମ ଉନ୍ମନି ବୋଲି ଉଲ୍ଲେଖ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/fhsfhfssfh.jpg)