ଝାରସୁଗୁଡ଼ା: ଝାରସୁଗୁଡ଼ା ସରବାହାଲ ନିବାସୀ ବିଶ୍ଵମ୍ବର ସାହୁ ଓ  ସ୍ଵର୍ଣ୍ଣପ୍ରଭା ସାହୁଙ୍କ ଅଢେଇ ବର୍ଷର ପୁତ୍ର ଅର୍ପିତ ସାହୁଙ୍କ ପ୍ରତିଭା ଯୋଗୁଁ ଇଣ୍ଡିଆ ବୁକସରେ ନାମ ଉଲ୍ଲେଖ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛନ୍ତି। ଅଳ୍ପ ସମୟ ମଧ୍ୟମରେ ଅର୍ପିତ ଇଂରାଜୀ ଆଲଫାବେଟ, ଫୋନିକ, ଶରୀରର ପଚିଶଟି ଅଙ୍ଗ ପ୍ରତ୍ୟଙ୍ଗ ର ନାମ, ଏଗାର ପ୍ରକାରର ବିଭିନ୍ନ ରଙ୍ଗ ଦର୍ଶାଇବା, କୋଡିଏ ପ୍ରକାର ଫଳର ନାମ, ଏଗାର ପ୍ରକାର ପନିପରିବାର ନାମ କହୁଛନ୍ତି।

Advertisment

publive-image

ପାଞ୍ଚଟି ରଂରାଜୀ ଓ ପାଞ୍ଚଟି ହିନ୍ଦୀ କବିତା ଆବୃତ୍ତି, ପନ୍ଦରଟି ପଶୁ ପକ୍ଷୀର ନାମ, ଷୋହଳଟି ଯାନବାହନର ନାମ, ଛ’ଟି ଖାଦ୍ୟ ସାମଗ୍ରୀର ନାମ, ମସଲା ଜାତୀୟ ନାମ, ଆଠଟି ସୌନ୍ଦର୍ଯ୍ୟକରଣର ନାମ,  ପାଞ୍ଚଟି ଗଣିତର ଆକାରର ନାମ, ସଂଖ୍ୟା ଗଣନା, ସାପ୍ତାହିକ ଦିନର ନାମ, ବାରଟି ମାସର ନାମ ବିନା ଦ୍ଵିଧାରେ ଅନର୍ଗଳ ଭାବେ କହିଦେଇ ବିଚାରକମାନଙ୍କୁ ଚକିତ କରି ଇଣ୍ଡିଆ ବୁକ ଅଫ ରେକର୍ଡ ତରଫରୁ ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା।

publive-image

ଅର୍ପିତଙ୍କ ମା’ ଜଣେ ଶିକ୍ଷୟିତ୍ରୀ ହୋଇଥିବା ବେଳେ ତାଙ୍କ ଅଜା ଫକୀର ମୋହନ ବାରିକ ମଧ୍ୟ ଜଣେ ଅବସରପ୍ରାପ୍ତ ଶିକ୍ଷକ।