ପୁଣି ଚର୍ଚ୍ଚାରେ ବିଧାୟକ ବିଜୟଶଙ୍କର: ପ୍ରେମିକାଙ୍କ ସହ କଥା ଭାଇରାଲ୍

ଜଗତସିଂହପୁର ଟାଉନ୍ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ପ୍ରେମିକା ସୋମାଲିକା ଦାଶ ଜଗତସିଂହପୁର ଥାନାରେ ମାମଲା ରୁଜୁ କରିଥିବା ବେଳେ ଏବେ ସେମାନଙ୍କ ଫୋନ୍ ବାର୍ତ୍ତାଳାପର ଅଡିଓ ଭାଇରାଲ୍ ହେବାରେ ଲାଗିଛି। ପ୍ରଥମେ ସୋମାଲିକାଙ୍କ ବାପା ବିଧାୟକଙ୍କୁ ଜୀବନରୁ ମାରିଦେବାକୁ କହୁଥିବା ଅଡିଓ ପରେ ସୋମାଲିକାଙ୍କୁ ବିଧାୟକଙ୍କ ସମ୍ପର୍କରେ କେହି ଜଣେ ବୁଝାଉଥିବା ସ୍ବର ଭାଇରାଲ୍ ହୋଇଥିଲା। ଏବେ ବିବାହ ସମ୍ପର୍କିତ ଫୋନ୍ ବାର୍ତ୍ତାଳାପର ଅଡିଓ ଭାଇରାଲ୍ ହୋଇଛି। ଅଡିଓ ସମ୍ପର୍କରେ ବିଧାୟକ କିମ୍ବା ସୋମାଲିକାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ।

ବିଧାୟକ-ତତେ ମାନିଗଲି, ତୁ ଯେମିତିକା ଯାହା କହୁଛୁ, ତାହା କରୁଛୁ, ମାନିଗଲି।
ପ୍ରେମିକା – ହଁ ଭଲ ତ କଲ। ମୁଁ ତ ଯୋଉଠି ଭଲ ପାଉଛି, ସେଠି ବାହା ହଉଛି ନା।
ବିଧାୟକ – ହଁ ବା .. (ପ୍ରେମିକା କ’ଣ କହିବା ଆରମ୍ଭ କରିବାରୁ ) ନା ନା ତୁ ବହୁତ ଭଲ।
ପ୍ରେମିକା- ତମର ଯଦି ଇଚ୍ଛା ନାହିଁ ମନା କରିଦେଲନି। ମୁଁ କଣ ତୁମକୁ କହୁଥିଲି କି? ଜୋର ଜବରଦସ୍ତ କରୁଥିଲି କି ?
ବିଧାୟକ- ବାହା ନ ହେଲେ ଜେଲ୍‌ ଯିବୁ !
ପ୍ରେମିକା – ଦେଖ, ମୁଁ ତ ପିଓର୍ ଥିଲି।
ବିଧାୟକ – ବାହା ନ ହେଲେ ଜେଲ୍ ଯିବୁ, ପଦ ଯିବ, ଧମକାଉଥିଲା କିଏ ?
ପ୍ରେମିକା- ଓଃ ପଦ ଯିବ, ଏ କଥା ମୁଁ ତମକୁ ଧମକେଇଛି। ତମେ ତ ସେଇଥିପାଇଁ ବାହା ହେଉନ ତମର ପଦ ପଳେଇବ।
ବିଧାୟକ – ତୁ କଣ ଡାଇରେକ୍ଟ ଧମକଉଛୁ ମତେ ?
ପ୍ରେମିକା – ତମେ ବା କହିଲ ପଦ ଯାଉ, ଜେଲ୍ ଯାଏ ବାହା ହେବିନି।
ବିଧାୟକ – ତୁ କଣ ଡାଇରେକ୍ଟ ମତେ ଧମକାଉ।
ପ୍ରେମିକା – ତୁମେ ବା ମତେ ମନା କରୁଥିଲ, ତମର ମନେ ନାହିଁ କି ? ତୁମେ କହିଥିଲ ପରା।
ବିଧାୟକ – ଇନଡାଇରେକ୍ଟ…..

ସମ୍ବନ୍ଧିତ ଖବର