ଭୁବନେଶ୍ବର: ୯୭ ଲକ୍ଷ ଟଙ୍କା ହେରଫେର ଘଟଣାରେ ପାୟଲ ମହାପାତ୍ରଙ୍କ ପ୍ରେମିକ ବିକାଶଙ୍କୁ ଧରିଛି ତମାଣ୍ଡୋ ଥାନା ପୁଲିସ୍। ପୁଲିସ୍ ତାଙ୍କୁ ଝାଡ଼ଖଣ୍ଡରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡ୍ରେ ଭୁବନେଶ୍ବର ଆଣିଥିବା ସୂଚନା ରହିଛି।
ପୂର୍ବରୁ ୯୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ତମାଣ୍ଡୋ ସ୍ଥିତ ସିଭିରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ଗିରଫ ହୋଇଥିଲେ। ସିଭି ରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ତାଙ୍କର ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଇଥିବାର ଅଭିଯୋଗ ହୋଇଥିଲା। ବର୍ଷକ ଭିତରେ ସେ ଫି ବାବଦରେ ୯୭ ଲକ୍ଷ ଟଙ୍କା ଡିପୋଜିଟ୍ ନ କରି ଫୋନ ପେ ଜରିଆରେ ପ୍ରେମିକଙ୍କ ପାଖକୁ ପଠାଇଥିଲେ।
ସିଭି ରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ତାଙ୍କର ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଉଥିବାର ଅଭିଯୋଗ ହୋଇଥିଲା। ବର୍ଷକ ଭିତରେ ସେ ଫି ବାବଦରେ ୯୭ ଲକ୍ଷ ଟଙ୍କା ଡିପୋଜିଟ୍ ନ କରି ଫୋନ ପେ ଜରିଆରେ ବୟଫ୍ରେଣ୍ଡଙ୍କ ପାଖକୁ ପଠାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/848365-rupee-istock-071519.jpg)
