ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ତାମିଲନାଡୁ ବସ ଫେରାର

ଢେଙ୍କିକୋଟ : ଲୋକ ନେବାକୁ ଆସିଥିବା ଏକ ତାମିଲନାଡୁ ବସ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଛୁ ମାରିଛି। ବସଟି ବୁଧବାର ସକାଳୁ ଢେଙ୍କିକୋଟର ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଠିଆ ହୋଇଥିବା ବେଳେ ସାହାରପଡା ଓ କରଞ୍ଜିଆ ଅଞ୍ଚଳରୁ ସାତ ଆଠ ଜଣ ଶ୍ରମଜୀବୀ ସେଠାରେ ତାମିଲନାଡୁ ଯିବାକୁ ଅପେକ୍ଷାରେ ଥିଲେ। ସାହାରପଡା ଓ କରଞ୍ଜିଆ ଅଞ୍ଚଳରୁ ଆଉ ୧୫ ଜଣ ଶ୍ରମଜୀବୀ ଆସିବା ପରେ ବସ ଛାଡ଼ିଥାନ୍ତା। ମାତ୍ର ଏହି ସମୟରେ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଫଟୋ ଉଠାଇବାରୁ ବସଟି ସ୍ଥାନ ଛାଡ଼ି ୨୦ ନମ୍ବର ଜାତୀୟ ରାଜପଥରେ ଘଟଗାଁ ଆଡକୁ ଦ୍ରୁତ ଗତିରେ ଚାଲି ଯାଇଥିଲା।

କରୋନା ସଂକ୍ରମଣ ସମୟରେ ଶ୍ରମଜୀବୀଙ୍କୁ ବାହାର ରାଜ୍ୟର ବସ ଆସିବା ସମୟରେ ତାର ଚାଳକ ଓ ସହାୟକଙ୍କ କରୋନା ମୁକ୍ତ ଥିବା ପ୍ରମାଣ ଜରୁରୀ ଥିବା ବେଳେ ଏହି ବସ୍ର ଚାଳକ ଓ ସହାୟକଙ୍କ ଏପରି କିଛି ନଥିବାରୁ ଭୟରେ ବସଟି ଢେଙ୍କିକୋଟ ଚାଲି ଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର