ଟାଙ୍ଗୀ: ସାହିତ୍ୟ ଅର୍ଥ ସମୂହ ହିତ ପାଇଁ କଲମ ଚାଳନା। ରାଜନୀତି ମଧ୍ୟ ଗଠନମୂଳକ ଚିନ୍ତାଧାରାରେ ଜନହିତକାରୀ ଅଟେ। ଉଭୟ ସାହିତ୍ୟ ଓ ରାଜନୀତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ପରି ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ସେହିଭଳି ‘ସମ୍ବାଦ-ସାହିତ୍ୟଘର’ ସମାଜର ସବୁବର୍ଗର ଜନସାଧାରଣଙ୍କୁ ସମାଜକଲ୍ୟାଣ ନିମନ୍ତେ ବାନ୍ଧି ରଖିବାର ଏକ ପ୍ରୟାସ ବୋଲି ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

Advertisment

‘ସମ୍ବାଦ-ସାହିତ୍ୟଘର’, ଟାଙ୍ଗୀର ତୃତୀୟ ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସାହିତ୍ୟଘର କେବଳ ଗଳ୍ପ, କବିତାରେ ସୀମିତ ନୁହେଁ। ସ୍ବେଚ୍ଛାକୃତ ରକ୍ତଦାନ, ନିଶାନିବାରଣ, ପରିବେଶ ସୁରକ୍ଷା, ଓଡ଼ିଆ ଭାଷାସାହିତ୍ୟର ସୁରକ୍ଷା ଓ ପ୍ରସାର ଭଳି ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟ ପାଇଁ ଅଭିପ୍ରେତ। କାର୍ଯ୍ୟକ୍ରମରେ ଅନ୍ନପୂର୍ଣ୍ଣା ଫାଇନାନ୍‌ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ.ସଞ୍ଜୟ କୁମାର ପଟ୍ଟନାୟକ, ‘ସମ୍ବାଦ ସାହିତ୍ୟଘର’ ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା, ଟାଙ୍ଗୀ ସରପଞ୍ଚ କିଶୋର କୁମାର ବେହେରା, ଜଗନ୍ନାଥ ସଂସ୍କୃତି ଗବେଷକ ଡ. ଚନ୍ଦ୍ରଶେଖର ଦାଶ, ବରିଷ୍ଠ ସରକାରୀ ଓକିଲ ନାରାୟଣ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ସଭା ଆରମ୍ଭରେ ପଣ୍ଡିତ ବାଳକୃଷ୍ଣ ମିଶ୍ର ବେଦପାଠ କରିଥିଲେ। ଚାନ୍ଦପୁର ଶ୍ରୀସତ୍ୟସାଇ ବିଦ୍ୟାମନ୍ଦିରର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ସାହିତ୍ୟଘର ତରଫରୁ ରଜୋତ୍ସବ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ବାଳିକା ଓ ମହିଳା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। 

ଏହି ଅବସରରେ ଟାଙ୍ଗୀ ସାହିତ୍ୟଘର ଶାଖାର ମୁଖପତ୍ର ‘ଶଙ୍କର୍ଷଣ’ ଓ ସାହିତ୍ୟ ପୃଷ୍ଠା ‘ଇନ୍ଦ୍ରଧନୁ’ର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ସଦସ୍ୟ ଲିଙ୍ଗରାଜ ସାହୁ, ପ୍ରଫୁଲ୍ଲ ଜେନା, ଶଶିରେଖା ନାଥଶର୍ମାଙ୍କ ସ୍ବରଚିତ ପୁସ୍ତିକା ଅତିଥିମାନଙ୍କୁ ପ୍ରଦାନ କରିଥିଲେ। ପ୍ରଦୋଷ କୁମାର ଦାସ, ରବୀନ୍ଦ୍ର କାଳସି, ବାସୁଦେବ ସିଂ, କାହ୍ନୁଚରଣ ମିଶ୍ର, ପ୍ରଫୁଲ୍ଲ କୁମାର ଜେନା, ଉମେଶ ପ୍ରସାଦ ଧଳ, ରମେଶ କୁମାର ବଳବନ୍ତରାୟ, ବି.ସଂଘମିତ୍ରା ସାହୁ, ଶିବପ୍ରସାଦ ସାହୁ, ପ୍ରଦୀପ କୁମାର ସାହୁ, ସାଇସେଲିନା ସାହୁ, ଭାସ୍କର ଚନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ସାହୁ କବିତା ପାଠ କରିଥିଲେ। ଟାଙ୍ଗୀ ବ୍ଲକ୍‌ ‘ସମ୍ବାଦ’ ପ୍ରତିନିଧି ମନୋଜ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।