ଚଳନ୍ତା ପେଟ୍ରୋଲ ଟ୍ୟାଙ୍କରରେ ଲାଗିଲା ନିଆଁ: ଆୟତ୍ତ କଲା ଅଗ୍ନିଶମ ବିଭାଗ

ବଲାଙ୍ଗୀର: ଚଳନ୍ତା ପେଟ୍ରୋଲ ଟ୍ୟାଙ୍କରରେ ଲାଗିଲା ନିଆଁ । ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ସହର ସୁଦପଡା କଲ୍ୟାଣ ମଣ୍ଡପ ନିକଟରେ। ପାରାଦୀପରୁ ଭାରତ ପେଟ୍ରୋଲିୟମର ଏକ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କରର କେସିଙ୍ଗାକୁ ଆସୁଥିଲା । ହଠାତ ଏନ.ଏଚ ୫୭ ସୁଦପଡା କଲ୍ୟାଣ ମଣ୍ଡପ ଠାରେ ଚଳନ୍ତା ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ହଠାତ ଡ୍ରାଇଭର ଜଣକ ଡେଇଁପଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ପେଟ୍ରୋଲ ଭର୍ତ୍ତି ଗାଡ଼ି ହୋଇଥିବାରୁ ବିସ୍ପୋରଣର ଭୟ ଥିଲା। ତେଣୁ ଉଭୟ ପଟରେ ଗାଡ଼ି ମୋଟରକୁ ବନ୍ଦ କରି ଦିଆଯାଇଥିଲା । ତାପରେ ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ। ଭୋର ୪ ଟା ୪୦ରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଟ୍ୟାଙ୍କରରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର