ଭୁବନେଶ୍ୱର : ଶ୍ରୀମତୀ ସ୍ୱାହା ଦେବୀଙ୍କର ଗତକାଲି ରାତିରେ ଭୁବନେଶ୍ୱରସ୍ଥିତ ଏକ ଡାକ୍ତରଖାନାରେ ପରଲୋକ ଘଟିଛି। ତାଙ୍କୁ ୯୩ ବର୍ଷ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁତ୍ର ତଥା ନାଲ୍କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଏବଂ ପୁତ୍ରବଧୂ ପ୍ରୀତି ରାୟ ଉପସ୍ଥିତ ଥିଲେ। ଆଜି ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମ ନିବାସୀ ଶ୍ରୀମତୀ ସ୍ୱାହା ଦେବୀ ଅତ୍ୟନ୍ତ ଦୟାଳୁ ଓ ପରୋପକାରୀ ଥିଲେ। ଯେଉଁଥି ପାଇଁ ସେ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇ ପାରିଥିଲେ।
ତପନ କୁମାର ଚାନ୍ଦଙ୍କ ମାତୃବିୟୋଗ
/sambad/media/post_attachments/wp-content/uploads/2018/01/swaha-devi.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)