ପୁରୀ-ହଟିଆ-ପୁରୀ ତପସ୍ଵିନୀ ଏକ୍ସପ୍ରେସର (୧୮୪୫୨/୧୮୪୫୧) ଚଳାଚଳ ଶୁଭାରମ୍ଭ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ଅନଲାଇନ୍ରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଏହାସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁର ରାଉତରାୟ, ରେଳ ପ୍ରବନ୍ଧକ ଦିନେଶ ରାୟ ଏବଂ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ରେଳ ପୁରୀ ଠାରୁ ଆରମ୍ଭ କରି ହଟିଆ ପର୍ଯ୍ୟନ୍ତ ୬୯୦ କିଲୋମିଟର ପର୍ଯ୍ୟନ୍ତ ଏହି ଟ୍ରେନ ଯାତ୍ରା କରିବ । ଏଥିମଧ୍ୟରେ ଦେଶର ପ୍ରାୟ ୧୪ଟି ପ୍ରମୁଖ ରେଳ ଷ୍ଟେସନକୁ ଏହା ଯୋଡିବା ସହ ଓଡ଼ିଶା ଓ ଝାଡ଼ଖଣ୍ଡକୁ ଏହା ସଂଯୋଗ କରିବ ବୋଲି ରେଳମନ୍ତ୍ରୀ ଆଶ୍ୱିନ ବୈଷ୍ଣବ କହିଛନ୍ତି । ଏହି ଟ୍ରେନର ନାମ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଦ୍ବାରା ରଚିତ କାବ୍ୟ ତପସ୍ଵିନୀ ନାମରେ ନାମିତ କରାଯାଇଛି । ଆଗକୁ ହେବାକୁ ଥିବା ଅନ୍ୟାନ୍ୟ ଯୋଜନା ଗୁଡ଼ିକ ଉପରେ ମଧ୍ୟ ସେ ଆଲୋଚନା କରିଛନ୍ତି ।
/sambad/media/post_attachments/wp-content/uploads/2022/01/7f694f88-0de1-42d1-b441-2734e92e8230.jpg)
ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଛନ୍ତି ଯେ ବିକାଶର ଆରମ୍ଭ ପୂର୍ବ ଭାରତ ବା ଓଡ଼ିଶାରୁ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ପୁଞ୍ଜିର ଅଭାବ ହେବନାହିଁ । ଆମପାଖେ ପ୍ରଚୁର ସମ୍ବଳ ରହିଥିବା ଧର୍ମେନ୍ଦ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସୁର ରାଉତରାୟ ନିଜର ୪ ଟି ବିଷୟରେ ଆଲୋକୋପାତ କରିବାପାଇଁ ନିବେଦନ କରିଛନ୍ତି । ପ୍ରଥମେ ଭୁବନଶ୍ଵରରେ ରେଳ ଷ୍ଟେସନ ସହ ଖୋର୍ଦ୍ଧା ରୋଡ଼ ଷ୍ଟେସନକୁ ଆଧୁନୀକରଣ କରିବା ଏହାସହ ବିଜୁ ପଟ୍ଟନାୟକଙ୍କ ନାରେ ଏକ ରେଳର ଆରମ୍ଭ ହେଉ, ଯାହା ଖୋର୍ଦ୍ଧା ରୋଡରୁ ଆରମ୍ଭ ହୋଇ ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରା କରିବ । ଆଉ ଶେଷରେ ଭୁବନେଶ୍ୱର ଷ୍ଟେସନ ବାହାରେ ଥିବା ନେହେରୁ ଆଉ ମହତାବଙ୍କ ପ୍ରତିମୂର୍ତ୍ତିକୁ ପୁନରୁଦ୍ଧାର କରିବା । ସେହିପରି ଭୁବନେଶ୍ୱର ରେଳ ଷ୍ଟେସନ ଭାରତର ଏକ ପ୍ରମୁଖ ରେଳ ଷ୍ଟେସନ । ଏହାର ବିକାଶ ଅତ୍ୟନ୍ତ ଆବଶ୍ୟକ ଆଉ ଏହାକୁ ଆଧୁନୀକରଣ କରିବା ପାଇଁ ଅପିଲ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/8b6bcf13-6f5a-4e75-b41e-3d465dea3264-1.jpg)