ଡିଜିଟାଲ ତାରା: ‘ଗୋଡ଼ରେ ଓ ମୁହଁରେ ବି କମ୍ପ୍ୟୁଟର ଚଲାଇପାରିବି’

ଭୁବନେଶ୍ୱର: କଂଗ୍ରେସର ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ କମ୍ପ୍ୟୁଟର ଜ୍ଞାନ ବାବଦରେ ଜାଣିଛନ୍ତି କି ? ଖୋଦ ତାରା ଆଜି ନିଜର କମ୍ପ୍ୟୁଟର ଜ୍ଞାନ ବାବଦରେ କହିଛନ୍ତି | ତାରା କହିଛନ୍ତି ଯେ ସେ ଗୋଡ଼ରେ, ହାତରେ ଓ ମୁଁହରେ ବି କମ୍ପ୍ୟୁଟର ଚଳାଇପାରିବେ | ଏଣିକି ଦୈନିକ ଏକ ଘଣ୍ଟା କମ୍ପ୍ୟୁଟର ଶିଖିବେ ବିଧାୟକ | ବିଧାନସଭା ଅଧିବେଶନ ପରେ ବିଧାୟକ କମ୍ପ୍ୟୁଟର ଶିଖିବେ ବୋଲି ଜଣାପଡିଛି | ଓକାକ୍ କମ୍ପ୍ୟୁଟର ଶିଖି ନଥିବା ବିଧାୟକଙ୍କୁ ଶିକ୍ଷା ଦେବ ବୋଲି ଜଣାପଡିଛି |

ସମସ୍ତ ବିଧାୟକ ଟ୍ୟାବ୍ କିଣିବା ପରେ ଶିକ୍ଷାଦାନ ହେବ ବୋଲି ଜଣାପଡିଛି | ତେବେ ଏହାକୁ ନେଇ ତାରା ନିଜର ଚିରାଚରିତ ବୟାନ ରଖିଛନ୍ତି | ତାରା କହିଛନ୍ତି ଯେ ଅନେକ ବିଧାୟକ କମ୍ପ୍ୟୁଟର ଶିଖିଛନ୍ତି, ଯେଉଁ ବିଧାୟକମାନେ ଶିଖିନାହାନ୍ତି ସେମାନେ ଶିଖିବେ ବୋଲି ତାରା କହିଛନ୍ତି | ସେହିପରି ସାମ୍ବାଦିକ ତାରାଙ୍କୁ କମ୍ପ୍ୟୁଟର ଜଣା ନା ନାହିଁ ବୋଲି ପ୍ରଶ୍ନ କରିଥିଲେ |

ଏହାର ଉତ୍ତରରେ ସେ କହିଛନ୍ତି ଯେ ସେ ଗୋଡ଼ରେ, ହାତରେ ଓ ମୁଁହରେ କମ୍ପ୍ୟୁଟର ଚଳାଇପାରିବେ | ସେହିପରି ତାରାଙ୍କ ଶରକୁ କେହି ଅଟକେଇପାରିବେନି, ଆଗରୁ ତାରାଙ୍କ ଶର ଯେମିତି ବାଜୁଥିଲା ସେମିତି ବାଜିବ ବୋଲି ତାରା କହିଛନ୍ତି |

ସମ୍ବନ୍ଧିତ ଖବର