ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନର ଫଳାଫଳ ଘୋଷଣା ପରେ ଏହାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ଆମ ଭୋଟ ବିଜେଡିକୁ ଯାଇଛି। ବହୁ ଲୋକ କହୁଛନ୍ତି କଂଗ୍ରେସ ଭୋଟ ବିକି ଖାଇଦେଲେ। ଦୁଇ ଦୁଇଟା ଉପନିର୍ବାଚନରେ ଆମର ଅମାନତ ଗଲାଣି। ଆମ ପାଇଁ ଲଜ୍ଜାଜନକ କଥା। ପିସିସି ସଭାପତି ତର୍ଜମା କରିବା ଦରକାର, ବୈଠକ ଡାକିବା ଦରକାର, ନିଜକୁ ପରଖିବା ଦରକାର। ଆଜି ଯାଏ ପିସିସି କମିଟି ହୋଇପାରିନି। ଯଦି ଏପରି ଭୋଟ ମିଳେ ତାହାଲେ କଂଗ୍ରେସ ଦଳ ଲୋପ ପାଇଯିବ। ସଭାପତି କେମିତି ଜାଣିଲେ ଦିନକୁ ପୂର୍ବରୁ କହିଲେ ଆମେ ହାରିଯିବୁ ବୋଲି ମିଡିଆକୁ କହିଲେ। ହଉ ହେଲା, ତାଙ୍କ କଥା ରହିଲା। ପିସିସି ସଭାପତିମାନେ ନିଜ ନିଜ ଗୋଷ୍ଠୀ ତିଆରି କରି ଚାଲୁଛନ୍ତି। ଯେଉଁଥିପାଇଁ ଦଳର ଏଭଳି ଅବସ୍ଥା ହେଉଛି। ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିବ। ଆମେ ଏକଜୁଟ ହେବାର ଆବଶ୍ୟକତା ରହିଛି।

Advertisment

ସେ ଆହୁରି କହିଛନ୍ତି, ପଦ୍ମପୁର ନିର୍ବାଚନ ଫଳ ୨୦୨୪ ଉପରେ ପଡ଼ିବନି। ରାତିକରେ ସରକାର ବଦଳିପାରେ। ନବୀନ ସରକାର ଏଠି ବିଜେପି ସହ ମାଡ଼ ଗୋଳ, ହେଲେ ଦିଲ୍ଲୀରେ କୋଳାକୋଳି। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ୨୦୨୪ରେ ବିଜେପି କେନ୍ଦ୍ରରେ ରହିବ କି ନାହିଁ ଦେଖନ୍ତୁ।