ଭୁବନେଶ୍ବର : ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତାରା ଦତ୍ତଙ୍କ ଲିଖିତ ପୁସ୍ତକ ହାଇଲ୍ୟାଣ୍ଡର୍ସ ପ୍ଲେନସ୍ପିକ, ଆନ୍ ଆଡମିନିଷ୍ଟ୍ରେଟିଭ୍ ରେଡ୍ ଅର୍ଥାତ୍ ପ୍ରଶାସନ ସମ୍ବନ୍ଧୀୟ ପରାମର୍ଶକୁ ନେଇ ପ୍ରଶାସନିକ ସ୍ତରରେ କମ୍ପନ ସୃଷ୍ଟି ହେଲାଣି। ଚାକିରିରେ ଥିବା ବେଳେ ଯେମିତି ସେ ଚର୍ଚ୍ଚାରେ ଥିଲେ, ଅବସରପରେ ତାଙ୍କର ଏହି ପୁସ୍ତକ କାରଣରୁ ତାଙ୍କ ସଂପର୍କରେ ଅନୁରୂପ ଆଲୋଚନା ଲାଗି ଖୋରାକ ଯୋଗାଇଛି। ଏହି ବହି ଆସନ୍ତା ୧୮ ତାରିଖରେ ବିଧିବଦ୍ଧ ଭାବେ ଲୋକାର୍ପିତ ହେବ। ହେଲେ ବହିରେ ପ୍ରଶାସନିକ ବ୍ୟବସ୍ଥାର ଅନେକ ଅକୁହା କଥା ଓ ବରିଷ୍ଠ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ସଂପର୍କିତ ତଥ୍ୟ ରହିଥିବାରୁ ପ୍ରଶାସନିକ ମହଲରେ ଆଲୋଡନ ସୃଷ୍ଟି ହେବା ସ୍ବାଭାବିକ। କିପରି ଶହ ଶହ ଏକର ମୂଲ୍ୟବାନ ଜମି (ବିଡିଏ, ହାଉସିଂବୋର୍ଡ ଓ ସିଡିଏରେ ଜମି ଦୁର୍ନୀତି ହୋଇଛି) ହରିଲୁଟ୍ କରାଯାଇଛି? କେମିତି ଚାଲେ ସରକାର? ପ୍ରଶାସନିକ ବ୍ୟବସ୍ଥା ଭିତରେ କ’ଣ ଘଟିଥାଏ ? ପୁସ୍ତକ ମାଧ୍ୟମରେ ଏସବୁ ଉପରେ ଲେଖିଥିବା ସୂଚନା ମିଳିଛି। ତାରା ଦତ୍ତ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି, ସରକାରୀସ୍ତରରେ ଏପରି କିଛି କାର୍ଯ୍ୟ ହେଉଛି, ତାହା ସରକାର ନିଜେ ବି ଜାଣି ପାରୁନାହାନ୍ତି। ବରିଷ୍ଠ ଅଧିକାରୀମାନଙ୍କ ପୃଷ୍ଠପୋଷକତାରେ କିପରି ଭୁବନେଶ୍ୱରରେ ଜମି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି, ତାହା ସେ ବର୍ଣ୍ଣନା କରିଛନ୍ତି। ଭୁବନେଶ୍ୱର ଉପକଣ୍ଠରେ ଜମିର କିସମ ବଦଳାଇ କିପରି ଶହ ଶହ ଏକର ଜମି ହାତେଇଛନ୍ତି ଜମି ମାଫିଆ, ତାହା ମଧ୍ୟ ଉଲ୍ଲେଖ ରହିଛି। ଭୁବନେଶ୍ୱର ଓ ଜଟଣୀରେ କିଭଳି ଶିକ୍ଷାନୁଷ୍ଠାନ ଆଳରେ ଅଣଓଡ଼ିଆମାନେ ଜମି ଲୁଟି ନେଇଛନ୍ତି, ସେସବୁର ଟିକିନିଖି ବର୍ଣ୍ଣନା ରହିଛି ତାରାଦତ୍ତଙ୍କ ବହିରେ।
ତାରା ଦତ୍ତଙ୍କ ବହିକୁ ନେଇ ଏବେଠୁ ଆଲୋଡ଼ନ
/sambad/media/post_attachments/wp-content/uploads/2019/12/tara-datta.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)