ଇସ୍ତଫା ଦେଇଥିବା କଥା ମାନିଲେ ତାରା

ଭୁବନେଶ୍ବର : କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି। ବ୍ୟକ୍ତିଗତ କାରଣ ପାଇଁ ସେ ଏହି ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଫଳରେ ଗତ କିଛିଦିନ ଧରି ତାରାଙ୍କ ଇସ୍ତଫାକୁ ନେଇ ଯେଉଁ ଚର୍ଚା ଜୋର ଧରିଥିଲା ତହିଁରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତାରା କହିଛନ୍ତି ଯେ ପିସିସି ସଭାପତି ପଦ ପାଇଁ କାହାକୁ ଖୋସାମତ କରିନାହିଁ। କିନ୍ତୁ ଯଦି ପଦ ମିଳିବ ତାହାଲେ ଛାଡ଼ିବିନି। ତେବେ କେନ୍ଦ୍ରୀୟ ଟିମ୍ ଏହି ନିଷ୍ପତ୍ତି ନେବେ। ଅପରକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ନିଜ ପଦରୁ ଇସ୍ତଫା ଦେଉଥିବା ଚର୍ଚା ହେଉଥିବା ବେଳେ ଏ ନେଇ ଶ୍ରୀ ମିଶ୍ର ମୁହଁ ଖୋଲି ନାହାନ୍ତି।

ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନରେ ଖରାପ ପ୍ରଦର୍ଶନ କରିବା ପରେ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ଦାବି ଜୋର ଧରିଥିଲା। ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ.ଚେଲାକୁମାର ୩ଦିନ ତଳେ ଏ ସଂକ୍ରାନ୍ତରେ କଂଗ୍ରେସର ୯ ବିଧାୟକଙ୍କ ସମେତ ବରିଷ୍ଠ ନେତୃବୃନ୍ଦ, ଜିଲ୍ଲା କଂଗ୍ରେସ ସଭାପତି, ସଂପାଦକ ଓ ଅନ୍ୟ କର୍ମକର୍ତାଙ୍କ ସହିତ ଆଲୋଚନା କରିଥିଲେ। ପରେ ଦିଲ୍ଲୀ ଯାଇ ଆଲୋଚନାର ନିର୍ଯାସ ସଂପର୍କରେ ହାଇକମାଣ୍ଡକୁ ଜଣାଇବେ। ହାଇକମାଣ୍ଡ ହିଁ ପିସିସି ସଭାପତି କିଏ ହେବ ତାହା ଘୋଷଣା କରିବେ ବୋଲି ଚେଲାକୁମାର ଗଣମାଧ୍ୟମକୁ କହିଥିଲେ।

ସମ୍ବନ୍ଧିତ ଖବର