ପୁଣି ଚର୍ଚ୍ଚାରେ ବିଧାୟକ ତାରାପ୍ରସାଦ ବାହିନୀପତି, ଗାୟକ ସାଜି ଗାଇଲେ ‘ଆପଣମାନେ ଖୁସି ତ?

ଜୟପୁର: ରାଜନେତାରୁ ସଙ୍ଗୀତଶିଳ୍ପୀ ହେଲେ ଭାଲୁ ଭାଇନା ଓରଫ ବିଧାୟକ ତାରାପ୍ରସାଦ ବାହିନୀପତି । ରାଜ୍ୟରେ ପ୍ରତିଦିନ ଘଟୁଥିବା ଅସାମାଜିକ ଘଟଣାକୁ ନେଇ କିଛି କଥାକୁ ସଙ୍ଗୀତ ମାଧ୍ୟମରେ ସରକାରଙ୍କୁ ଟାର୍ଗେଟ୍ କରିଲେ । କେ-ୱାନ ଲାଇଭ ଗୀତରେ କଣ୍ଠଦାନ କରିଲେ ତାରା। ଏହି ଗୀତରେ ସେ ବ୍ୟଙ୍ଗାତ୍ମକ ଢଙ୍ଗରେ କହିଲେ ‘ଆପଣମାନେ ଖୁସି ତ? ଏଥିରେ ଜଣେ ଗାୟିକା ବି କଣ୍ଠଦାନ କରିଥିବା ଜଣାଯାଇଛି।

ଜୟପୁରରୁ ଭୁବନେଶ୍ୱର ଯାଏଁ ସବୁଠି ଚର୍ଚ୍ଚାରେ ରହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ପୁଲିସରୁ ନେତା ସାଜିଥିବା ତାରା ନିଜର ଅଜବ ଓ ଖିଆଲି ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହନ୍ତି । କେବେ ଡିଜେର ତାଳେତାଳେ ସେ ମଞ୍ଚ ଦୁଲକାନ୍ତି, ତ ଆଉ କେବେ ବିଧାନସଭାର ପୋଡିୟମକୁ ଚଢିଯାଆନ୍ତି । ବେଶ ଖୁସି ମିଜାଜର ତାରା ତାଙ୍କ କ୍ୟାରିୟରରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି । ନେତାରୁ ସେ ପାଲଟିବାକୁ ଯାଇଛନ୍ତି ଗାୟକ । କେ-ୱାନ ଲାଇଭ ପକ୍ଷରୁ ପ୍ରସ୍ତୁତ ଏକ ଗୀତରେ କଣ୍ଠଦାନ କରିଛନ୍ତି ତାରା ବାହିନୀପତି । ଏହାର  ଷ୍ଟୁଡିଓ ଭର୍ସନ୍ ସାମ୍ନାକୁ ଆସିଛି।  ଏ ଗୀତ ବି ଧୁମ ମଚାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସମ୍ବନ୍ଧିତ ଖବର