ଭୁବନେଶ୍ବର: ହୋଲି ଅବସରରେ ରାଜନୀତିର ନିଆରା ରଙ୍ଗ ଦେଖିବାକୁ ମିଳିଛି । କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ବିଜେଡି ନେତା ରବି ନରାୟଣ ନନ୍ଦ ଏକାଠି ହୋଲି ଉତ୍ସବ ପାଳିଛନ୍ତି । ରଙ୍ଗର ପର୍ବ ପାଳିବା ସହ ଦୁଇ ନେତା ପରସ୍ପରକୁ ଆଲିଙ୍ଗନ କରିଛନ୍ତି।
ତାରା ବାହିନୀପତି ଓ ରବି ନନ୍ଦଙ୍କ ହୋଲି ଖେଳକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ: ହୋଲିରେ ଜଳିଲା ପଶ୍ଚିମ ଓଡ଼ିଶା: ତାପମାତ୍ରା ରେକର୍ଡ ଭାଙ୍ଗିଲା
ହୋଲି ଅବସରରେ ତାରା କହିଛନ୍ତି, ରାଜନୀତି ଗୋଟିଏ ପଟେ ରହିଥିବା ବେଳେ ହୋଲି ଖେଳ ଅନ୍ୟପଟେ ରହିଛି। ହୋଲି ଅବସରରେ ମୁଁ ସମସ୍ତଙ୍କ ଶାନ୍ତି, ମୈତ୍ରୀ ଓ ପ୍ରଗତିର କାମନା କରୁଛି ବୋଲି ତାରା ବାହିନୀପତି କହିଛନ୍ତି।
ସେହିପରି ରବି ନନ୍ଦ କହିଛନ୍ତି ହୋଲିରେ କାହା ସହ ଅଭିମାନ ନାହିଁ । କାହା ସହିତ ରାଗରୁଷା ନାହିଁ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।
ଅଧିକ ପଢ଼ନ୍ତୁ: କଂଗ୍ରେସରେ ଯୋଗ ଦେବାକୁ ଚାଁହୁଥିଲେ ଏକନାଥ: ସଞ୍ଜୟ