ଚଳିତ ବର୍ଷ ରାୟଗଡ଼ାରୁ ୬୦ହଜାର କ୍ବିଣ୍ଟାଲ ମାଣ୍ଡିଆ କିଣିବାକୁ ଟାର୍ଗେଟ୍

ଭୁବନେଶ୍ବର : ରାୟଗଡ଼ା ଜିଲ୍ଲାରେ ମିଲେଟ୍‌ ମିସନ୍‌ରେ ସଫଳତା ନିମନ୍ତେ ସରକାର ମଣ୍ଡି ମାଧ୍ୟମରେ ସର୍ବନିମ୍ନ ସର୍ବାଧିକ ମୂଲ୍ୟ ବୃଦ୍ଧି ନିମନ୍ତେ ମାଣ୍ଡିଆ କ୍ରୟ କରିବାର ପ୍ରସ୍ତାବ ରଖିଛନ୍ତି। ଏଥିପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ରାୟଗଡ଼ା ଜିଲ୍ଲାରୁ ମଣ୍ଡି ମାଧ୍ୟମରେ ୬୦ହଜାର କ୍ବିଣ୍ଟାଲ ମାଣ୍ଡିଆ କ୍ରୟ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି।

ବିଧାୟକ ମକରନ୍ଦ ମୁଦୁଲିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ୨୦୧୮-୧୯ରେ ମାଣ୍ଡିଆର ଏମ୍‌ଏସ୍‌ପି ୨୮୯୭ଟଙ୍କା ଥିବାବେଳେ ୨୦୧୯-୨୦ରେ ୩୧୫୦ଟଙ୍କା, ୨୦୨୦-୨୧ରେ ୩୨୯୫ଟଙ୍କା, ୨୦୨୧-୨୨ରେ ୩୩୭୭ଟଙ୍କା ଥିଲା। କେନ୍ଦ୍ର ସରକାର ମାଣ୍ଡିଆର ଏମ୍‌ଏସ୍‌ପି ଧାର୍ଯ୍ୟ କରିଥାନ୍ତି।

ସମ୍ବନ୍ଧିତ ଖବର