ଘଟଗାଁର ପ୍ରସିଦ୍ଧ ତାରିଣୀ ମନ୍ଦିର ଖୋଲିଲା, ଦର୍ଶନାର୍ଥୀଙ୍କ ଭିଡ଼

ଘଟଗାଁ: ଆଜି କେନ୍ଦୁଝର ଜିଲ୍ଲାରେ ଥିବା ଘଟଗାଁର ମା’ ତାରିଣୀଙ୍କ ମନ୍ଦିର ଖୋଲିଛି। କୋଭିଡ କଟକଣା ମଧ୍ୟରେ, ଦୀର୍ଘ ତିନି ମାସ ପରେ ମନ୍ଦିରକୁ ଯିବାକୁ ତଥା ସାଧାରଣ ଦର୍ଶନ ପାଇଁ ଅନୁମତି ମିଳିଛି। କେବଳ ବିନା ଭୋଗରେ ଦର୍ଶନ ଲାଗି ଅନୁମତି ଦିଆଯାଇଛି। ତଥାପି ଆଜି ସକାଳୁ ମନ୍ଦିର ଖୋଲିବା ମାତ୍ରେ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ବ୍ୟାରିକେଡ୍ ମଧ୍ୟରେ ୬ଧାଡ଼ିରେ ଭକ୍ତ ମନ୍ଦିକୁ ଯାଉଛନ୍ତି।

ମାସ୍କ ପିନ୍ଧିବା ସହ ଅତି କମରେ ୬ ଫୁଟର ସାମାଜିକ ଦୂରତା ରଖି ମନ୍ଦିରକୁ ପ୍ରବେଶ କରୁଛନ୍ତି ଦର୍ଶନାର୍ଥୀ। ଏକ ସମୟରେ ୫ ଜଣଙ୍କୁ ଅଧିକ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ। ଏଣେ ୬୫ ବର୍ଷରୁ ଅଧିକ ବୟସ୍କ ଓ ୧୦ ବର୍ଷରୁ କମ ପିଲାଙ୍କ ଦର୍ଶନ ପାଇଁ କଟକଣା ଜାରି କରାଯାଇଛି। ପ୍ରତ୍ୟେକ ଧର୍ମାନୁଷ୍ଠାନର ପ୍ରବେଶ ଏବଂ ପ୍ରସ୍ଥାନରେ ସାନିଟାଇଜର ରଖାଯିବା ବ୍ୟବସ୍ଥା ହୋଇଛି। ଯଦି କୌଣସି ପୂଜକ କିମ୍ବା ସେବାୟତଙ୍କ ଠାରେ ଜ୍ବର, ଥଣ୍ଡା ଭଳି ଲକ୍ଷଣ ଦେଖାଦେଲା, ତେବେ ସେମାନଙ୍କୁ ଘରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର